October 5, 2024

ହାଟଡିହି ବ୍ଲକ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ।

Share

ହାଟଡିହି ବ୍ଲକ ରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ।

ହାଟଡିହି,୦୮/୧୦ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ହାଟଡ଼ିହି ବ୍ଲକ ର ବିଭିନ୍ନ ସ୍ଥାନରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ତଥା ଜିଲ୍ଲା ସାଂସ୍କୃତିକ ପ୍ରକୋଷ୍ଠ ର ସଂଯୋଜକ ସୁଶାନ୍ତ କୁମାର ଜେନାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଶାସଙ୍ଗ ପଂଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସହୀଦ ଗଣେଷ ପ୍ରସାଦ ସା ଙ୍କ ସାମଧି ସ୍ଥଳରୁ ଅମୃତ କଳସରେ ପବିତ୍ର ମାଟି ସଂଗ୍ରହ କରାଯାଇଥିଲା ।ସହୀଦ ଙ୍କ ପିତା ଓ ଧର୍ମପତ୍ନୀ ଓ ଗ୍ରାମର ଅଵସର ପ୍ରାପ୍ତ ସୈନିକ ରବୀନ୍ଦ୍ର ସା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ମରେଇ ଗାଁ ରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ମାଗୁଣୀ ଜେନା ଙ୍କ ଘର ସମେତ ବିଭିନ୍ନ ସ୍ଥାନରୁ ମାଟି ସଂଗ୍ରହ କରାଯାଇଥିଲା। ଏହି କ୍ରମରେ ଜମ୍ଭୀରା ରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମହିଳା ଗ୍ରାମ ପରିକ୍ରମା କରି ବିଭିନ୍ନ ଦେବାଳୟ ରୁ ପବିତ୍ର ମାଟି ସଂଗ୍ରହ କରିଥିଲେ। ସମସ୍ତ ସ୍ଥାନରେ ଗ୍ରମବାସୀ ଗଣ ଅମୃତ କଳସ କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଆନନ୍ଦପୁର ବିଜେପି ନେତା ଆଲୋକ ସେଠି, ହାଟଡ଼ିହି ମଣ୍ଡଳ ସଭାପତି ହରମୋହନ ଶାସିନୀ, ଜିଲ୍ଲା ମହିଳା ମୋର୍ଚ୍ଚା ର ପଦାଧିକାରୀ ତୃପ୍ତିମୟୀ ଜେନା, ଦୀପ୍ତିମୟୀ ଖୁଣ୍ଟିଆ ଙ୍କ ସମେତ ବଳଭଦ୍ର ବାରିକ, ନିତ୍ୟାନନ୍ଦ ବେହେରା, ବିଜୟଲକ୍ଷ୍ମୀ ଜେନା, ସୁଭାଦ୍ରୀ ବଳିୟାର ସିଂ, ସ୍ମୃତିରଞ୍ଜନ ବେହେରା, ରୁଦ୍ର ପ୍ରସାଦ ଜେନା,ରମାକାନ୍ତ ଶଙ୍ଖୁଆ, ରବୀନ୍ଦ୍ର ବିନ୍ଧାଣି, ରାଜେଶ ଜେନା, ନବ କିଶୋର ଜେନା, ରାଜେଶ ରାଉତ, ଗଙ୍ଗାଧର ମହାନ୍ତି, ଆନନ୍ଦ ଚନ୍ଦ୍ର ରାଉତ ପ୍ରମୁଖ ଅମୃତ କଳସ ଯାତ୍ରା ର ଉଦ୍ଦେଶ୍ୟ ବିଷୟରେ ସାଧାରଣରେ ଚର୍ଚ୍ଚା ଆଲୋଚନା କରିଥିଲେ।ବିର ଙ୍କୁ ନମନ ମାଟି କୁ ବନ୍ଦନ ସ୍ଲୋଗାନ ଥିବା ଏହି କାର୍ଯ୍ୟକ୍ରମ ରେ ମାଟି ଦିଲ୍ଲୀ ର ଅମୃତବାଟୀକା ପାଇଁ ଦେଶର କୋଣ ଅନୁକୋଣରୁ ସଂଗ୍ରହ କରାଯାଉଛି। ପ୍ରଧାନମନ୍ତ୍ରୀ ଙ୍କ ଡ଼ାକରାରେ ସାରା ଦେଶରେ ଲୋକ ଏକତ୍ରିତ ହୋଇ ଦେଶ ର ଗୌରବ ରକ୍ଷା କରିଥିବା ଅମର ବଳିଦାନୀ ଙ୍କୁ ସ୍ମରଣ କରୁଛି। ଏଣୁ ଏ କାର୍ଯ୍ୟକ୍ରମ ଜନ ମାନସ ରେ ଖୁବଶ୍ରଦ୍ଧା ଭାଜନ ହେଉଥିବା ର ପରିଲକ୍ଷିତ ହେଉଛି।
ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ