ଗଜପତି:- ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟ’ରେ ନାରୀ ସଶକ୍ତିକରଣ । କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ।

IMG-20231008-WA0030
Share

ଗଜପତି:- ପ୍ରଗତି ମହିଳା ସଙ୍ଗଠନ ଆନୁକୂଲ୍ୟ’ରେ ନାରୀ ସଶକ୍ତିକରଣ । କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ।
———————————————- ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସର’ରେ ନାରୀ ସଶକ୍ତି କରଣ’ରେ ଯୁବଗୋଷ୍ଠୀ’ଙ୍କ ଭୂମିକା ସମ୍ପର୍କିତ ଏକ ଆଲୋଚନା କାର୍ଯ୍ୟକ୍ରମ ପ୍ରଗତି ମହିଳା ସଂଗଠନ ଅନୁଷ୍ଠାନ ପକ୍ଷ’ରୁ ଅନୁଷ୍ଠିତ ହୋଇଥିଲା ।
ଅନୁଷ୍ଠାନ’ର ଉପସଭାପତି ଶ୍ରୀ ଲୋକନାଥ ମିଶ୍ର’ଙ୍କ ସଭାପତିତ୍ବ’ରେ ଅନୁଷ୍ଠିତ ଆଲୋଚନା କାର୍ଯ୍ୟକ୍ରମ’ରେ ପାରାଳଖେମୁଣ୍ଡି ଉପକାରାଗାର’ର ଅଧିକ୍ଷକ ଶ୍ରୀ ହନୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ଏବଂ ସଂପାଦିକା ଶ୍ରୀମତୀ ତନୁଜା ଶତପଥୀ ପ୍ରମୁଖ ଯୋଗ ଦେଇଥଲେ ।
ମୁଖ୍ୟତଃ ଯୁବଗୋଷ୍ଠୀ ହିଁ ମହାନ୍ ଶକ୍ତି ଯାହାକି ରାଷ୍ଟ୍ର ଶକ୍ତି ଭାବେ ଆମେ ଉପଲବ୍ଧି କରିବା , ତେଣୁ ପ୍ରତ୍ୟେକ ଯୁବକ ଯୁବତୀ ନାରୀ ଶକ୍ତି ଉପରେ ଧ୍ୟାନ ଦେବା ବାଞ୍ଛନୀୟ ବୋଲି ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଭାଗବତ ପାଢୀ , ଶ୍ରୀ ହରି ମୋହନ ପଟ୍ଟନାୟକ , ଅଧ୍ୟାପକ ଶ୍ରୀ ସୌଦାଗର ସିଓ , ପଣ୍ଡିତ ନରସିଂହ ଗୌଡ଼ , ଶ୍ରୀ ମନୋଜ ପଟ୍ଟନାୟକ ପ୍ରମୁଖ ସେମାନେ ନାରୀ ସଶକ୍ତିକରଣ ରେ ଯୁବ ଗୋଷ୍ଠୀ’ର ଭୂମିକା’ର ବିଭିନ୍ନ ଦିଗ ସମ୍ପର୍କରେ ସେମାନଙ୍କ ମତ ରଖିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମ’ରେ ଶ୍ରୀ ମୁରଲୀ ଧର ପରିଚ୍ଛା , ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ , ଶ୍ରୀ ତ୍ରିପତି ପଣ୍ଡା , ଶ୍ରୀମତୀ ମାନସୀ ପଣ୍ଡା , ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା , ଶ୍ରୀ ଶରତ ପ୍ରଧାନ , ଶ୍ରୀ ଗୌରୀ ଦାଶ ପ୍ରମୁଖ ଉପସ୍ଥିତ ରହି ପରିଚାଳନା’ରେ ସହଯୋଗ କରିଥିଲେ ।
ଏହି ଅବସର’ରେ ପ୍ରଗତି ମହିଳା ସଂଗଠନ ଅନୁଷ୍ଠାନ ପଞ୍ଜିକରଣ ଲାଭ କରିଥିବା ଯୋଗୁଁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନଷ୍ଟିତ ହୋଇଥିଲା ।
ଶେଷରେ ଉପସ୍ଥିତ ସମସ୍ତ’ଙ୍କୁ ଅନୁଷ୍ଠାନ’ର ବରିଷ୍ଠ ସଭ୍ୟ ଶ୍ରୀ ଭାଗବତ ପାଢୀ ଧନ୍ୟବାଦ୍ ଅର୍ପଣ କରିଥଲେ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————–