ଆରମ୍ଭ ହେଲା ଆରମ୍ଭ -୨୦୨୪ ର ପୁରୀ ସଦର ପଞ୍ଚାୟତ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ପ୍ରତିଯୋଗିତା।

IMG-20231007-WA0026
Share

ଆରମ୍ଭ ହେଲା ଆରମ୍ଭ -୨୦୨୪ ର ପୁରୀ ସଦର ପଞ୍ଚାୟତ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ପ୍ରତିଯୋଗିତା।

ଆଜି ତା ୭.୧୦.୨୦୨୩ ରିଖ ଶନିବାର ଦିନ ପୁରୀ ସଦର ର ବିରହରେକୃଷ୍ଣ ପୁର ଜୟରାଜଗୁରୁ ମେମୋରିଆଲ ହଲ ଠାରେ ଆରମ୍ଭ -୨୦୨୪ ର ପୁରୀ ସଦର ପଞ୍ଚାୟତ ରେ ହେବାକୁ ଥିବା ଶ୍ରୀକ୍ଷେତ୍ର ଲକ୍ଷ୍ମୀ ପ୍ରତିଯୋଗିତା ମହିଳା ମା,ମାନଙ୍କୁ ନେଇକି ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ 100 ରୁ ଉର୍ଦ୍ଧ ମହିଳା ମା ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇଥିଲେ। ସମସ୍ତ ପ୍ରତିଯୋଗିତା ମାନଙ୍କୁ ଆସନ୍ତା ଜାନୁଆରୀ ମାସରେ ମୁକ୍ତାଆକାଶ ରେ ହେବାକୁ ଥିବା ଆରମ୍ଭ -୨୦୨୪ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ।
ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଗୋପାଳଚନ୍ଦ୍ର ଖୁଣ୍ଟିଆ,କାର୍ଯ୍ୟକାରି ସଭାପତି ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର୍ ମିଶ୍ର, ଯୁବ ସମାଜସେବୀ ଅଭିନାସ୍ ମିଶ୍ର ,ସଦର ବ୍ଲକ ଚେୟାରମ୍ୟାନ୍ ଶ୍ରୀଯୁକ୍ତ ଦିବାକର ପାତ୍ର , ମିସ୍ ମାମୁନ ଦାସ୍ ଅତିଥି ରୂପେ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଉପ ସଭାପତି ସମୀର୍ କୁମାର୍ ଶତପଥି,ସମ୍ପାଦକ ଦେବସିସ୍ ସିଂ, ଜାତୀୟ ଚଳଚିତ୍ର ପୁରସ୍କାର ପ୍ରାପ୍ତ ଆଶୁତୋଷ ପଟ୍ଟନାୟକ, ରାକେଶ କୁମାର ଜେନା,ସୋମ୍ୟରଞ୍ଜନ ମିଶ୍ର,ଗଣେଶ୍ୱର ଦାସ୍,ପ୍ରଭୁପାଦ ମହାପାତ୍ର, ରବୀନ୍ଦ୍ର ଆଚାର୍ଯ୍ୟ,ଆଶିଷ ବେହେରା, ବିଶ୍ୱଜିତ୍ ଦାସ୍,ସୁଜିତ୍ ରାଉତରାୟ, ଜ୍ୟୋତି ରଞ୍ଜନ ମେକାପ ଓ ରୋଜାଲିନ୍ ରଥ ପରିଚାଳନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ