November 23, 2024
Share

ଆଜିର ଖବର

ତାରିଖ ୦୬/୦୨/୨୦୨୩ ସୋମ ବାର ।

 

୧-ରାଜ୍ୟ ସରକାର ଓ ଡିଜିଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନଶୃଙ୍ଖଳାକୁ ନେଇ ଉଠାଇଲେ ପ୍ରଶ୍ନ ।

 

୨-ଜି -୨୦ ବୈଠକ, ଭାରତ ୨୦୩୦ ସୁଦ୍ଧା ୪୫% ଅଙ୍ଗାରକ ନିର୍ଗମନ ହ୍ରାସ କରିବ – ମନ୍ତ୍ରୀ ଆର.କେ. ସିଂହ ।

 

୩-ଦେଶରେ ଖାଲି ଭାଷଣ ଦିଆଯାଉଛି, କୃଷକଙ୍କ ଉପରେ କାହାର ଧ୍ୟାନ ନାହିଁ: କେସିଆର ।

 

୪-ମୁଶାରଫଙ୍କ ବିୟୋଗ; ମେହେବୁବା କହିଲେ- ସେ ହିଁ କେବଳ କାଶ୍ମୀରବାସୀଙ୍କ କଥା ଉଠାଉଥିଲେ ।

 

୫-ଅଗ୍ରଣୀ ଆଇଟି କମ୍ପାନି ଇନ୍‌ଫୋସିସ୍‌ ଇଣ୍ଟର୍‌ନାଲ୍‌ ଫ୍ରେସର୍‌ ଆସେସ୍‌ମେଣ୍ଟ୍‌ ପରୀକ୍ଷାରେ ପାସ୍‌ ନକରି ପାରିବାରୁ ଶହ ଶହ ନୂଆ କର୍ମଚାରୀଙ୍କର ଛଟେଇ କରିଛି।

 

୬-କର୍ଣ୍ଣାଟକରେ ତିଆରି ହୋଇଛି ଏସିଆର ସର୍ବବୃହତ୍‌ ହେଲିକପ୍ଟର ନିର୍ମାଣ କାରଖାନା। ସୋମବାର କର୍ଣ୍ଣାଟକର ଟୁମାକୁରୁରେ ସର୍ବବୃହତ ଫେସିଲିଟିର ଅନାବରଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହ ଏକ ଗ୍ରୀନଫିଲ୍ଡ ହେଲିକପ୍ଟର ଫ୍ୟାକ୍ଟ୍ରି ମଧ୍ୟ ଉଦଘାଟନ କରିବେ।

 

୭-ଦେଶର ସବୁଠୁ ବଡ଼ ରିୟଲ ଇଷ୍ଟେଟ୍ ଡିଲ୍; ୧,୨୩୮ କୋଟି ଟଙ୍କାରେ ୨୮ ବିଶାଳପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ଡି-ମାର୍ଟ ପ୍ରତିଷ୍ଠାତା ।

 

୮-ପଶ୍ଚିମବଙ୍ଗର ବୀରଭୂମିରେ ବୋମାମାଡ଼ କରି ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ର ନେତାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏଥିରେ ଅନ୍ୟ ୨ ଜଣ ବି ଗୁରୁତର ଆହତ ହୋଇଥିବା ସୂଚନା ରହିଛି।

 

୯-ଯୋଗ ଗୁରୁ ବାବା ରାମ ଦେବଙ୍କ ବିରୋଧରେ ଥାନାରେ ଏତଲା: ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ।

 

୧୦-୨ ଦିବସୀୟ ଭାରତ ଗସ୍ତରେ ଆସି ପହଞ୍ଚିଲେ ହିଲାରୀ କ୍ଲିଣ୍ଟନ, ଅହମ୍ମଦାବାଦରେ ବାନ୍ଧବୀ ଇଲା ଭଟ୍ଟଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି ।

 

୧୧-ନବ ଦାସ ହତ୍ୟା ତଦନ୍ତ: ଝାରସୁଗୁଡ଼ାରେ ମାନସିକ ରୋଗ ବିଶେଷଜ୍ଞ ଟିମ୍ ।

 

୧୨-ପୂର୍ବତନ ପାକ୍ ରାଷ୍ଟ୍ରପତି ମୁସାରଫଙ୍କ ପରଲୋକ ।

 

୧୩-ନିବେଶକଙ୍କ ମୁଣ୍ଡରେ ଚଡ଼କ, ହରାଇଲେ ୧୦ ଲକ୍ଷ କୋଟି, ସେୟାର ମୂଲ୍ୟରେ ୫୮% ହ୍ରାସ ।

 

 

୧୪-ଦେଶରେ ଉତ୍ପାଦନ ହେଉଥିବା କଞ୍ଚାତେଲ ଉପରେ ସରକାର ଓ୍ବିଣ୍ଡ୍‌ଫଲ ଟ୍ୟାକ୍ସ (ଅପ୍ରତ୍ୟାଶିତ କର) ବୃଦ୍ଧି କରିଛନ୍ତି। ଫଳରେ କ୍ରୁଡ୍ ଅଏଲ ପ୍ରତିଟନ୍ ପିଛା ୧୯୦୦ ଟଙ୍କାରୁ ୫,୦୫୦ ହୋଇଛି।

 

ସୁପ୍ରଭାତ ,ଶୁଭ ସକାଳ ।