June 19, 2026
IMG-20230814-WA0015
Share

*ଖବର ଆଜିର*
ତାରିଖ ୦୫/୧୦/୨୦୨୩ ଗୁରୁବାର ।।

ନୀରଜଙ୍କୁ କଡ଼ା ଟକ୍କର ଦେଲେ ଓଡ଼ିଆ ପୁଅ କିଶୋର ଜେନା, ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ ।

୨୦୨୩ ବର୍ଷ ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନ ନୋବେଲ । ଏହି ସର୍ବଶ୍ରେଷ୍ଠ ପୁରସ୍କାର ପାଇବାକୁ ମନୋନୀତ ତିନି ବୈଜ୍ଞାନିକ ହେଲେ ମୋଉଙ୍ଗି ଜି ବାଓ୍ୱେଣ୍ଡିଂ, ଲୁଇସ୍‌ ଇ ବ୍ରୁସ୍‌ ଏବଂ ଆଲୋକ୍ସି ଏଲ୍‌ ଇକିମୋଭ୍‌ ।

ଜମି ବଦଳରେ ଚାକିରି ଦୁର୍ନୀତି ମାମଲା: ଲାଲୁ ଓ ତାଙ୍କ ପରିବାରକୁ ଜାମିନ୍‌ ।

ନ୍ୟୁଜ୍ କ୍ଲିକ୍‌ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ପ୍ରବୀର ପୁରକାୟସ୍ତ ।

ଚୀନର ହାଙ୍ଗଝୁଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଜାଭେଲିନ ପ୍ରତିଯୋଗିତାରେ‌ ‌ରୌପ୍ୟ ପଦକ ହାସଲ କରିଥିବା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। କିଶୋର ଜେନାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଢ଼ ‌କ‌ୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ଖୋଲୁନି ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ରହସ୍ୟ । ସୁସ୍ମିତା ମୃତ୍ୟୁ ମାମଲାରେ ବିଡିଓ ଏବଂ ସିଡିପିଓଙ୍କୁ ଜେରା କଲା ପୁଲିସ ।

ଦିଲ୍ଲୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସକୁ ୩ଟି ଆସନ ଛାଡ଼ିବ ଆମ୍‌ ଆଦ୍‌ମୀ ପାର୍ଟି। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ନ୍ୟାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଶରଦ ପାୱାର୍।

ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହେଲେ କୃଷି ସଚିବ ଅରବିନ୍ଦ ପାଢୀ । କ୍ୟାପିଟାଲ ହସ୍ପିଟାଲରେ ନମୁନା ପରୀକ୍ଷା ପରେ ପଜିଟିଭ ଆସିଲା ରିପୋର୍ଟ ।

ଗିରଫ ହେଲେ ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଂଜୟଙ୍କ ଘରେ ବୁଧବାର ସକାଳୁ ୧୦ଘଂଟା ଧରି ଜେରା କରିବା ପରେ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।

ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ । ଅକ୍ଟୋବର ୬ରେ ପଚରାଉଚରା ପାଇଁ ତାଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ଅନଲାଇନ ବେଟିଂ ଆପ୍ ମାମଲାରେ ତାଙ୍କୁ ସମନ୍ ଜାରି କରାଯାଇଥିବା ଜଣାପଡିଛି ।

ବେଙ୍ଗାଲୁରୁରେ ବାୟୁସେନାକୁ ମିଳିଲା ପ୍ରଥମ ହାଲୁକା ଯୁଦ୍ଧ ବିମାନ, ‘ଏଲିଟ୍‌ କ୍ଲବ’ରେ ସାମିଲ ହେଲା ଭାରତ ।

କ୍ୟାବିନେଟ ନିଷ୍ପତ୍ତି: କୃଷ୍ନା ଜଳ ବିବାଦ ଟ୍ରିବ୍ୟୁନାଲ-୨ ସର୍ତ୍ତାବଳୀକୁ ଅନୁମୋଦନ ।

ଭାରତୀୟ ସର୍ଜନ୍ ସଂଘ ବିରୋଧରେ ୧୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ଏ ଆର୍ ରହମାନ ।

ସୁସ୍ମିତା ମିଞ୍ଜ ଓ ଆଲିସ ନରିମା ଲୁଗୁନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେଉ : ଜୁଏଲ ଓରାମ ।

ସିକ୍କିମରେ ଅଚାନକ ପ୍ରଳୟଙ୍କରୀ ବନ୍ୟା: ୨୩ ଯବାନଙ୍କ ସମେତ ୧୨୦ ନିଖୋଜ; ୧୪ ମୃତଦେହ ଉଦ୍ଧାର ।

ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ।

ପ୍ରତି ତିନିରେ ଜଣେ ନିବେଶକ ପରାମର୍ଶଦାତା ପଞ୍ଜୀକୃତ ନୁହଁନ୍ତି: ସେବି ଚେୟାରମ୍ୟାନ ।

ବିଶ୍ଵକପ୍ ୨୦୨୩ ମହାମୁକାବିଲା ପୂର୍ବରୁ ଏକାଠି ହେଲେ ୧୦ଟି ଟିମ୍‌ର ଅଧିନାୟକ ।

ସୁପ୍ରଭାତ ,ଶୁଭ ସକାଳ ।