June 27, 2026

ଗଜପତି ଜିଲ୍ଲାରେ ସାମ୍ବାଦିକ ମାନଙ୍କ ଧାରଣା ତୃତୀୟ ଦିନରେ ପହଁଚିଲା, ଜିଲ୍ଲା ପରିଷଦ ଅଧକ୍ଷ ମିଥ୍ୟା କେଶ, ସାମ୍ବାଦିକ ବିରୋଧୀ କାର୍ଯ୍ୟକ୍ରମକୁ ଦୃଢ ନିନ୍ଦା କଲେ

IMG-20230926-WA0028
Share

ଗଜପତି ଜିଲ୍ଲାରେ ସାମ୍ବାଦିକ ମାନଙ୍କ ଧାରଣା ତୃତୀୟ ଦିନରେ ପହଁଚିଲା, ଜିଲ୍ଲା ପରିଷଦ ଅଧକ୍ଷ ମିଥ୍ୟା କେଶ, ସାମ୍ବାଦିକ ବିରୋଧୀ କାର୍ଯ୍ୟକ୍ରମକୁ ଦୃଢ ନିନ୍ଦା କଲେ

ପାରଳାଖେମୁଣ୍ଡି:୨୬/୯ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକମାନଙ୍କ ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି. ଏହି ଧାରଣାରତ ସାମ୍ବାଦିକବ ମାନଙ୍କୁ ଆଜି ଗଜପତି ଜିଲ୍ଲା ପରିଷଦର ଅଧକ୍ଷ ଗାଵରା ତିରୁପତି ରାଓ ସାମ୍ବାଦିକ ମାନଙ୍କ ଧାରଣା ଓ ଦାବିକୁ ସମର୍ଥନ କରି ସାକ୍ଷାତ କରିଛନ୍ତି ଧାରଣାରତ ସାମ୍ବାଦିକମାନଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ସହ ଘଟଣା ନେଇ ତୀବ୍ର ନିନ୍ଦା କରିବା ସହ ସାମ୍ବାଦିକମାନଙ୍କ କଣ୍ଠରୋଧ ପାଇଁ ଏବଂ ଦୁର୍ନୀତି ବିରୋଧରେ ଖବର ପ୍ରକାଶନ ଓ ପରିବେଷଣ କଲେ ସାମ୍ବାଦିକମାନଙ୍କୁ ବିଭିନ୍ନ ମିଥ୍ୟା ଷଡଯନ୍ତ୍ର ଦ୍ୱାରା ଦମନ କରୁଥିବା ସମ୍ପୃକ୍ତ ଅଧିକାରିଣୀଙ୍କ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ପଡିଲେ ସଂପୃକ୍ତ ଅଧକାରୀଣୀଙ୍କୁ ବଦଳି ଓ ସସପେଣ୍ଡେ କରାଯିବ ବୋଲି ମଧ୍ୟ କହିଥିଲେ l ଜିଲ୍ଲାପାଳ ଆସିଲେ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ପଦେକ୍ଷପ ନିଆଯିବ ବୋଲି ଜିଲ୍ଲାପରଷଦ ଅଧକ୍ଷ ଶ୍ରୀ ରାଓ କହିଥିଲେ l ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ କାର୍ଯ୍ୟରତ ୪ଜଣ ସାମ୍ବାଦିକଙ୍କ ବିରୋଧରେ ରାୟଗଡ ଥାନାରେ ଓଡିଶା ଜୀବିକା ମିଶନ ତରଫରୁ ଏକ ମିଥ୍ୟା କେଶ କରାଯାଇଛି. ଏହି ପ୍ରତିନିଧିମାନେ ଜୀବିକା ମିଶନର ଦୁର୍ନୀତି ନେଇ ଖବର ପରିବେଷଣ କରିବାରୁ ସାମ୍ବାଦିକମାନଙ୍କୁ ଦମନ କରିବା ଉଦେଶ୍ୟରେ ରାୟଗଡ ଥାନାରେ ମିଥ୍ୟା କେଶ କରାଯାଇଥିଲା. ଏହାକୁ ଗଜପତି ଜିଲ୍ଲାର ସାମ୍ବାଦିକମାନେ ଦୃଢ଼ ବିରୋଧ କରିବା ସହ ଗତ ସୋମବାର ଦିନ ଠାରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମିଥ୍ୟା କେଶ ପ୍ରତ୍ୟହାର ପାଇଁ ଦାବି କରି ଧାରଣା ଆରମ୍ଭ କରିଥିଲେ. ତାହା ଆଜି 3 ୟ ଦିନରେ ପହଞ୍ଚିଛି. ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୋଧୁରୀ ଓ ତାରିଣୀ ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ସାମ୍ବାଦିକ ରଶ୍ମି ରଞ୍ଜନ ମିଶ୍ର, ସନ୍ତୋଷ ପଟ୍ଟନାୟକ, ଆମୋଦ ବର୍ଦ୍ଧନ, ଜିତେନ୍ଦ୍ର ପାତ୍ର, ସରୋଜ ପାଣିଗ୍ରାହୀ, ସଂଜୀବ ପାଣି, ଆଲୋକ ବୋଷ, ବିଜୟ ଗଉଡଙ୍କ ନାଗେଶ୍ଵର ମହାପାତ୍ର, ଦିଲୀପ ଶତପଥୀ ଶିବାଜୀ ପଟ୍ଟନାୟକ,ଜଗଦୀଶ ପଣ୍ଡା, ସୀମାଞ୍ଚଳ ମହାରଣା, ରାଜେଶ ମିଶାଲ, ପ୍ରଦୀପ ନାୟକ, ଡିଜେନ ପାଢ଼ୀ, କୃଷ୍ଣ କୁମାର ବେହେରା, ଅମିତ ପଟ୍ଟନାୟକ ଅଲିନ ପାଣି, ଏ.ଋଷି , କ୍ରୀତଦାସ ବର୍ଦ୍ଧନ,
ଶିଶିର ଗୌଡ ବିଜୟ ଗଉଡ ଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଭାବେ ସାମ୍ବାଦିକ ମାନେ ଆଜି ଅଂଶ ଗ୍ରହଣ କରିଛନ୍ତି l