June 20, 2026

ପିପୁଲ୍ସ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳିତ

IMG-20230924-WA0047
Share

ପିପୁଲ୍ସ କଲେଜରେ ଜାତୀୟ ସେବା ଯୋଜନା ଦିବସ ପାଳିତ
ବୁଗୁଡ଼ା : ତା ୨୪/୦୯/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ଏନ୍ଏସ୍ଏସ୍ ୟୁନିଟ୍-୨ ପକ୍ଷରୁ ୫୫ତମ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ଯାପକ ଅକ୍ଷୟ କୁମାର ସାହୁ ଯୋଗ ଦେଇ ଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ କରିବା ସହ ଜାତୀୟ ସେବା ଯୋଜନା ଦିବସର ଉତ୍ପତ୍ତି ଏବଂ ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏ ଅବସରରେ ଛାତ୍ରୀମାନେ ସମାଜର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସେବା ଓ ସହଯୋଗର ହାତ ବଢାଇବାକୁ ସଙ୍କଳ୍ପ ଗ୍ରହଣ କରିଥିଲେ । ଏଥି ସହ ସେମାନେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ କଲେଜ ହତା ପରିସରରେ ରୋପିତ ବୃକ୍ଷଗୁଡିକର ଚତୁଃପାର୍ଶ୍ଵରେ ବୃଦ୍ଧି ପାଇଥିବା ଅନାବନା ଘାସ ଓ ଗଛକୁ ଉପାଡି ସଫେଇ କରିଥିଲେ । ଉକ୍ତ ମହିଳା ୟୁନିଟର ପ୍ରୋଗ୍ରାମ ଅଫିସର ଅଧ୍ଯାପିକା ଶୁଭସ୍ମିତା ମହାପାତ୍ର କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ ସାଙ୍ଗକୁ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed