ଖବର ଆଜିର*
*ଖବର ଆଜିର*
ତାରିଖ ୨୪/୦୯/୨୦୨୩ ରବିବାର ।
ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍। ଧିରେ ଧିରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନଜର ଆସୁଛି। ବଲାଙ୍ଗୀର ଜିଲାରେ ସବୁଠାରୁ ଅଧିକ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହୋଇଛନ୍ତି।
ଆଜି ଠାରୁ ଗଡିବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ।
ଚାଇନାର ହାଙ୍ଗଜୋଠାରେ ଏସୀୟ କ୍ରୀଡ଼ା ୨୦୨୩ ଆରମ୍ଭ ହୋଇଛି। ଉଦଘାଟନୀ ଉତ୍ସବରେ ଭାରତୀୟ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଓ ବକ୍ସର ଲଭଲିନା ବୋର୍ଗୋହେନ୍ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ।
ତେଜିଲା ବର୍ଷା-ଅନୁଭବ କଳି; ସୋସିଆଲ ମିଡିଆରେ ପତି ପତ୍ନୀଙ୍କ ତୁତୁ-ମେମେ ।
ଖଲିସ୍ତାନୀ ଆତଙ୍କୀକୁ ସାବାଡ଼ କରିବ ଭାରତ: ଖଲିସ୍ତାନୀଙ୍କ ଠିକଣାରେ ଏନଆଇଏ ଚଢ଼ାଉ ।
ସମ୍ ହସ୍ପିଟାଲ୍ରେ ସ୍ୱୟଂଚାଳିତ ରୋବଟ୍ ଦ୍ୱାରା ଆଣ୍ଠୁ ପ୍ରତ୍ୟାରୋପଣ: ୬ ସପ୍ତାହରେ ୪୦ ଅସ୍ତ୍ରୋପଚାର ସଫଳ ।
ଅକ୍ଟୋବରରେ ରିଲିଜ ହେବ ‘ମାଇଣ୍ଡ ଗେମ୍’ ।
୫୦ ହଜାର ଗାଁରେ ସଭା କରିବ ବିଜେପି । ଗାଁ ଗାଁରେ ପହଞ୍ଚାଇବ ମହିଳା ସଂରକ୍ଷଣ ପ୍ରସଙ୍ଗ ।
ପ୍ରତିଶ୍ରୁତି ପୂରଣ ନହେବାରୁ ପୁଣି ତାତିଲେ ସରପଞ୍ଚ: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବାକୁ ଘୋଷଣା ।
ବାରାଣସୀରେ ହେବ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ, ରହିବ ତ୍ରିଶୁଳ ଆକାରର ଫ୍ଲଡଲାଇନ ଓ ଲାଗିବ ବେଲ ପତ୍ର ।
ବିଶ୍ବବ୍ୟାଙ୍କ ରିପୋର୍ଟ: ୯.୫ କୋଟି ପାକିସ୍ତାନୀ ଦରିଦ୍ର, ଦୈନିକ ଆୟ ୩.୬୫ ଡଲାରରୁ କମ୍ ।
ବାରଣାସୀରେ ପିଏମ୍ ମୋଦୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, କାର୍କେଡ ସାମ୍ନାକୁ ଡେଇଁ ପଡ଼ିଲେ ଯୁବକ ।
ରାଘବ ଚଡ୍ଡା ଓ ପରିଣୀତି ଚୋପ୍ରାଙ୍କ ବାହାଘର ପାଇଁ ସଜେଇ ହୋଇଛି ଉଦୟପୁରରେ ଲୀଲା ପ୍ୟାଲେସ: ଡେଷ୍ଟିନେସନ ୱେଡିଂରେ ସାମିଲ ପାଇଁ ପହଁଚିଲେଣି ଅତିଥି ।
ସୁପ୍ରଭାତ ,ଶୁଭ ସକାଳ ।