June 19, 2026

ପିପୁଲ୍ସ କଲେଜ ଏନ୍ଏସ୍ଏସ୍ ୟୁନିଟ୍-୨ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

IMG-20230923-WA0050
Share

ପିପୁଲ୍ସ କଲେଜ ଏନ୍ଏସ୍ଏସ୍ ୟୁନିଟ୍-୨ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ
ବୁଗୁଡ଼ା : ତା ୨୩/୦୯/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ଏନ୍ଏସ୍ଏସ୍ ୟୁନିଟ୍-୨ ପକ୍ଷରୁ ନିକଟସ୍ଥ କୁବେରେଶ୍ବର ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହିଳା ୟୁନିଟର ପ୍ରୋଗ୍ରାମ ଅଫିସର ଅଧ୍ଯାପିକା ଶୁଭସ୍ମିତା ମହାପାତ୍ରଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଏବଂ ଆଇକ୍ୟୁଏସି ସଂଯୋଜକ ଅଧ୍ଯାପକ ପ୍ରଦୀପ କୁମାର ଦାଶ ଯୋଗ ଦେଇ ଛାତ୍ରୀମାନଙ୍କୁ ସ୍ବଚ୍ଛତା ରକ୍ଷା ଦିଗରେ ମାର୍ଗ ଦର୍ଶନ କରିବା ସହ ଉତ୍ସାହିତ କରିଥିଲେ । ଏ ଅବସରରେ ଛାତ୍ରୀମାନେ ମନ୍ଦିର ହତା ପରିସରକୁ ସଫେଇ କରିଥିଲେ ।

You may have missed