ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇଲା ଗଞ୍ଜାମ ଜିଲ୍ଲା ଶିକ୍ଷା ବଂଚାଅ ଅଭିଯାନ
ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇଲା ଗଞ୍ଜାମ ଜିଲ୍ଲା ଶିକ୍ଷା ବଂଚାଅ ଅଭିଯାନ
ବ୍ରହ୍ମପୁର, 15/9 : ନିଖିଳ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଓ ମିଳିତ ଶିକ୍ଷକ ମଂଚ ନେତୃତ୍ୱରେ ଗତ 4 ଦିନ ଧରି ଚାଲିଥିବା ଆନ୍ଦୋଳନକୁ ଗଞ୍ଜାମ ଜିଲ୍ଲା ଶିକ୍ଷା ବଂଚାଅ ଅଭିଯାନର ସଭାପତି ରବି ରଥ ସମର୍ଥନ ଜଣାଇଛନ୍ତି ଠିକା ଶିକ୍ଷକ ନିଯୁକ୍ତି ପ୍ରଥା ଉଚ୍ଛେଦ, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ପୁରୁଣା ହାରରେ ପେନସନ ପ୍ରଦାନ, ଏକ୍ସ-କ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡ଼ରଭୁକ୍ତ କରିବା ଶିକ୍ଷକ ସଂଘର ଦାବିଗୁଡ଼ିକ ଯଥାର୍ଥତା ରହିଥିବାରୁ ରାଜ୍ୟ ସରକାର ଏ ଦିଗରେ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ରଥ ଅନୁରୋଧ କରିଛନ୍ତି ଏହା ‘ଳରେ ରାଜ୍ୟର 314 ବ୍ଲକର 56 ହଜାର ସ୍କୁଲ 40 ଲକ୍ଷ ଛାତ୍ରଛାତ୍ରୀ ପାଠପଢ଼ାରୁ ବଂଚିତ ହୋଇଥିବାରୁ ସେ ଉଦବେଗ ପ୍ରକାଶ କରିବା ସହ ସରକାର ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି
(ରବି ରଥ) ସଭାପତି, ଗଞ୍ଜାମ ଜିଲ୍ଲା ଶିକ୍ଷା ବ*ାଅ ଅଭିଯାନ