September 29, 2024

ଧାରଣାରେ ପ୍ରାଥମିକ ଶିକ୍ଷକ ସଂଘ , ବିଦ୍ୟାଳୟ ବନ୍ଦ , ପିଲାଙ୍କ ପାଠପଢା ଠପ୍

Share

ଧାରଣାରେ ପ୍ରାଥମିକ ଶିକ୍ଷକ ସଂଘ , ବିଦ୍ୟାଳୟ ବନ୍ଦ , ପିଲାଙ୍କ ପାଠପଢା ଠପ୍
ବୁଗୁଡ଼ା : ତା ୧୪/୦୯/୨୩ : ତିନି ଦଫା ଦାବି ପୂରଣ ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଆହ୍ବାନ କ୍ରମେ ବୁଗୁଡ଼ା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ଧାରଣାରେ ସବୁ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ବିଇଓ କାର୍ଯାଳୟ ଅଧିନସ୍ଥ ୧୩୧ଟି ବିଦ୍ୟାଳୟରେ ତାଲା ଝୁଲୁଥିବାରୁ ପିଲାଙ୍କ ପାଠପଢା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଆଜି ଠାରୁ ଆରମ୍ଭ ହୋଇଥିବା ପ୍ରାଥମିକ ଶିକ୍ଷକ ସଂଘର ଏହି ଧାରଣା କାର୍ଯ୍ଯକ୍ରମ ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରକାଶ ପାଇଥିବା ବେଳେ ପିଲାଙ୍କ ପାଠପଢାକୁ ନେଇ ଅଭିଭାବକଙ୍କୁ ଚିନ୍ତା ଘାରିଛି । ଅନ୍ୟପକ୍ଷରେ ଦାବିକୁ ନେଇ ସରକାର ଓ ଶିକ୍ଷକ ସଂଘ ମୁହାଁମୁହିଁ ହୋଇଥିବା ଯୋଗୁଁ ପିଲାଙ୍କ ପାଠପଢାରେ ସମସ୍ଯା ସୃଷ୍ଟି ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେବେ ଏହି ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ପ୍ରୟାସ ଜାରି ରହିଛି ବୋଲି ବିଇଓ ଚିନ୍ମୟ ମହାପାତ୍ରଙ୍କ ଠାରୁ ପ୍ରକାଶ ପାଇଛି ।