November 24, 2024

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଆଭ୍ୟନ୍ତରୀଣ ଗୁଣ ନିର୍ଧାରଣ କେନ୍ଦ୍ର

Share

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ଆଭ୍ୟନ୍ତରୀଣ ଗୁଣ ନିର୍ଧାରଣ କେନ୍ଦ୍ର ଆନୁକୁଲ୍ୟରେ ଏକ ସପ୍ତାହ ବ୍ୟାପି ଏକ ଗବେଷଣା ପଦ୍ଧତି ସମ୍ବନ୍ଧୀୟ ଏକ କର୍ମଶାଳା——–ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଗବେଷଣା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ମାନବ ସମ୍ବଳ ବିକାଶ କେନ୍ଦ୍ର ପରିସରରେ ଆୟୋଜିତ କରାଯାଇଥିଲା। କର୍ମଶାଳା ର ଉଦଯାପନୀ ଉତ୍ସବରେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଂଶ ଗ୍ରହଣ କରିଥିବା ସମସ୍ତ ଗବେଷକ ମାନଙ୍କୁ ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ର ସ୍ଵାଦ ଉପଲବ୍ଧି କରିବାର ମାର୍ଗ ଦର୍ଶନ କରାଇଥିଲେ। ସଭାରେ ଯୋଗ ଦେଇଥିବା ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଅଭ୍ୟନ୍ତରୀଣ ଗୁଣ ନିର୍ଧାରଣ କେନ୍ଦ୍ର ର ନିର୍ଦେଶକ ପ୍ରଫେସର ସୁଧାକର ପାତ୍ର, ଗବେଷଣା ଓ ଉନ୍ନୟନ କେନ୍ଦ୍ରର ନିର୍ଦେଶକ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, କର୍ମଶାଳାର ର ଆବାହକ ଡ: ଅଞ୍ଜନ କୁମାର ପୃଷ୍ଟି, ସହ ଆବାହକ ଡ: ବିଶ୍ଵଜିତ୍ ପ୍ରସାଦ ଛାଟୋଇ, ଡ: ଆଦିତ୍ୟ କୁମାର ପଣ୍ଡା ଆଦି ଉପସ୍ଥିତ ରହି ସଭାକାର୍ଯ୍ୟ ସମ୍ପନ୍ନ କରିଥିଲେ। ବିଶ୍ଵବିଦ୍ୟାଳୟ ର ୧୫୬ ରୁ ଉର୍ଦ୍ଧ୍ବ ସଂଖ୍ୟକ ଗବେଷକ ଏଥିରେ ଅଂଶଗ୍ରହଣ କରିଥିଲେ।ଏହି କର୍ମଶାଳା ରେ ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟ ତଥା ଗବେଷଣା ସଂସ୍ଥାନ ମାନଙ୍କରୁ ପ୍ରତିଭାବାନ ବ୍ୟକ୍ତିତ୍ଵ ମାନେ ଆସି ଉଚ୍ଚକୋଟୀର ତାଲିମ ପ୍ରଦାନ କରିଥିଲେ। ସଭାଶେସରେ ସମସ୍ତ ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।