October 24, 2026

ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଦୁଇ ବ୍ଲକକୁ ନେଇ ଚିନ୍ତନ ଶିବିର*

IMG-20230909-WA0031
Share

*ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଦୁଇ ବ୍ଲକକୁ ନେଇ ଚିନ୍ତନ ଶିବିର*

ତା- ୯/୯/୨୦୨୩ ରିଖ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଚିହ୍ନିତ ଜିଲ୍ଲାର ଦୁଇ ଆକାଂକ୍ଷା ବ୍ଲକ ଗୁମ୍ମା ଓ ଆର.ଉଦୟଗିରୀର ସମସ୍ତ ପାଞ୍ଚଟି ଚିହ୍ନିତ ବିଷୟ ବସ୍ତୁକୁ ନେଇ ବ୍ଲକର ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟରତ ହେବାକୁ ଥିବା ସୂଚକାଙ୍କ ପ୍ରତିଟି କ୍ଷେତ୍ରରେ ରହିଥିବା ଅସୁବିଧାକୁ କିପରି ଭାବେ ବିକଶିତ ଦିଗ ଆଡକୁ ଅଗ୍ରଗତି ନିମନ୍ତେ ବ୍ଲକର ବିକାଶ ରଣନୀତି ପ୍ରସ୍ତୁତିକୁ ନେଇ ଜିଲ୍ଲାର ସମସ୍ତ ପଦଧିକାରୀ ଓ ଏହି ଦୁଇଟୀ ବ୍ଲକରେ କାର୍ଯ୍ୟରତ ବ୍ଲକ ଅଧିକାରୀ ଏବଂ ଏହି ଦୁଇ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ବାରା ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳଙ୍କ ବକ୍ତବ୍ୟରେ କହିଥିଲେ ଓଡ଼ିଶା ସରକାରଙ୍କ ଦ୍ବାରା ଯେଉଁଭଳି ଭାବେ ଉନ୍ନତ ମୂଳକ କାର୍ଯ୍ୟ କରାଯାଉଛି ତାହା ଜନସାଧାରଣ ଙ୍କ ଆଦୃତ କରିଛି, ତାହାକୁ ଆହୁରି ଅଧିକ ଲୋକାଭିମୁଖୀ କରିବାରେ ସହାୟକ ହୋଇପାରିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିକାଶକୁ ଅଗ୍ରାଧିକାର ଦେଇ ବିକାଶ ରଣନୀତିକୁ ଜନଭାଗୀଦାରୀ ମାଧ୍ୟମରେ ପ୍ରସ୍ତୁତ କରିବା ଦିଗରେ ସହାୟକ ହୋଇପାରିବ । ବ୍ଲକସ୍ତରରେ ତୃଣମୂଳ ସ୍ତରରେ ଜଡ଼ିତଥିବା ସମସ୍ତ ଜନସାଧାରଣ, ପଞ୍ଚାୟତ ସ୍ତରର ଜନପ୍ରତିନିଧି, ସ୍ୱୟଂ ସହାୟିକା ଗୋଷ୍ଠୀ, ଯୁବବର୍ଗ ସ୍ଥାନୀୟ ସ୍ତରରେ କାର୍ଯ୍ୟକ ରୁଥିବା ସାମାଜିକ ସଂଗଠନର ମିଳିତ ସହଯୋଗରେ ଏହି ଦୁଇ ବ୍ଲକକୁ ପ୍ରେରଣା ଦାୟକ ହୋଇ ରହିବ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ା.ଗୁଣନିଧି ନାୟକ କହିଥିଲେ ଯେ ନିରତର ବିକାଶ ଲକ୍ଷ୍ୟ କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ବହୁତ ସହଯୋଗ କରିବା ନେଇ ଉଲ୍ଲେଖ କରିଥିଲେ I
ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ବିକାଶ ରଣନୀତି ପ୍ରସ୍ତୁତିକୁ ନେଇ ଏହି କାର୍ଯ୍ୟକ୍ରମ ସହ ଜଡ଼ିତ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଓ ଜିଲ୍ଲାସ୍ତରୀୟ ସମସ୍ତ ପଦଧିକାରୀଙ୍କୁ ପିରାମଲ ଫାଉଣ୍ଡେସନ୍ ତରଫରୁ ଗାନ୍ଧୀ ଫେଲୋ- ସୁଭମ ସିଂ, ଆଲୋକ ଦ୍ବିବେଦୀ ଓ ପିରାମଲ ଫାଉଣ୍ଡେସନ୍ ପ୍ରତିନିଧି ଶ୍ରୀୟାଶୀ ଭେଙ୍କଟ ଓ ମହେଶ୍ବର ପ୍ରଶିକ୍ଷଣ ଦେବାରେ ସହଯୋଗ କରିଥିଲେ ।