୧୩ ଟିକିଆ ହାତୀପଲର ଉପଦ୍ରବ ,ମକା ଫସଲ ଓ ଧାନ ତଳି ନଷ୍ଟ , ଫସଲ ଜଗିବା ପାଇଁ ଚାଷୀ ରାତି ଉଜାଗର

IMG-20230904-WA0041
Share

୧୩ ଟିକିଆ ହାତୀପଲର ଉପଦ୍ରବ ,ମକା ଫସଲ ଓ ଧାନ ତଳି ନଷ୍ଟ , ଫସଲ ଜଗିବା ପାଇଁ ଚାଷୀ ରାତି ଉଜାଗର
ବୁଗୁଡ଼ା : ତା ୦୪/୦୯/୨୩ : ଗତ ଅଗଷ୍ଟ ୧୬ ତାରିଖ ରାତିରେ ୮ ଟିକିଆ ହାତୀପଲ ଭଗବାନପୁର ସେକ୍ସନ ନୂଆପଲ୍ଲୀ ବିଟ୍ ଅନ୍ତର୍ଗତ ହୀରାପଲ୍ଲୀ ଗାଁ ସମେତ ଅନେକ ଗ୍ରାମରେ ଉପଦ୍ରବ ମଚାଇ ବ୍ଯାପକ ଫସଲ କ୍ଷତି କରି ଚାଲିଯାଇଥିବା ବେଳେ ଏବେ ପୁଣି
୨ ତାରିଖ ରାତିରେ ୧୩ ଟିକିଆ ହାତୀପଲର ଉପଦ୍ରବରେ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ତାକରଡ଼ା ଗ୍ରାମରେ ବ୍ଯାପକ ମକା ଫସଲ ନଷ୍ଟ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ , ଶନିବାର ମଧ୍ୟରାତ୍ରରେ ହାତୀପଲ ତାକରଡା ଗାଁର ବିଭିନ୍ନ ମକା କିଆରିରେ ପଶି ଫସଲ ନଷ୍ଟ କରିବା ସହ ବିକ୍ରି ପାଇଁ ତୋଳାଯାଇ ଗଦାକରି ରଖାଯାଇଥିବା ମକାଗୁଡିକୁ ଖାଇ ଦେଇଛନ୍ତି । ଏଥି ସହ ଗାଁ ମୁହାଁ ହାତୀପଲ କିଛି ଚାଷୀଙ୍କ ଧାନ ବିଲ ଦେଇ ଆସିଥିବାରୁ ସେମାନଙ୍କ ଧାନ ତଳିକୁ ମଧ୍ୟ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ଏ ନେଇ ତାକରଡା ଗ୍ରାମର କ୍ଷତିଗ୍ରସ୍ତ ଚାଷୀ ସନ୍ଯାସୀ ପ୍ରଧାନ ରବିବାର ଦିନ ମାଣିତରା ଫରେଷ୍ଟ ସେକ୍ସନରେ ଅଭିଯୋଗ କରିଥିବା ବେଳେ ସୋମବାର ଦିନ ଫରେଷ୍ଟର ସୁନୀତା ପାତ୍ର ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଫେରିଥିବା ଜଣାଯାଇଛି। ତେବେ ସୂଚନା ଯୋଗ୍ୟ ଯେ , ଏହି ୧୩ ଟିକିଆ ହାତୀପଲରେ ୩ଟି ଲେଖାଏଁ ମାଈ ଓ ଅଣ୍ଡିରା ହାତୀ ଏବଂ ୭ଟି ଛୁଆ ହାତୀ ରହିଥିବା ବେଳେ ଏମାନେ ଓଡଗାଁ ଜଙ୍ଗଲରୁ ପ୍ରଥମେ ପଞ୍ଚଭୁତି ଜଙ୍ଗଲ ଏବଂ ପରେ ମାଣିତରାର ସେନାପତି ଜଙ୍ଗଲ ଦେଇ ତାକରଡାରେ ପ୍ରବେଶ କରି ଉପଦ୍ରବ ମଚାଇ ସଂପ୍ରତି ସମଲେଈ ଜଙ୍ଗଲରେ ରହିଥିବାରୁ ପୁଣି କେତେବେଳେ ସେମାନେ ଫେରିଆସି ଫସଲ ନଷ୍ଟ କରିଦେବା ଭୟରେ ଚାଷୀମାନେ ନିଆଁ ହୁଳା ଓ ବାଣ ଧରି ରାତି ଉଜାଗର ରହି ଜଗି ରହୁଥିବା ଜଣାଯାଇଛି ।

You may have missed