November 14, 2024

ବୁଗୁଡ଼ା ପଞ୍ଚାୟତ ସମିତି ବୈଠକ

Share

 

ବୁଗୁଡ଼ା : ତା ୨୭/୦୧/୨୩ : ବୁଗୁଡ଼ା ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ସ୍ୱଜଳ ଧାରା ଯୋଜନାରେ ଅଧିକରୁ ଅଧିକ ହିତାଧିକାରୀ ସୃଷ୍ଟି କରିବା ସହ ପ୍ରକୃତ ଗରିବଙ୍କୁ ଆବାସ ଯୋଜନାରେ ସାମିଲ କରିବା ଓ ଗ୍ରୀଷ୍ମ ଋତୁ ପୂର୍ବରୁ ସବୁ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ପାଇଁ ପରାମର୍ଶ ଦେଇଥିଲେ l ବୈଠକରେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ତହସିଲଦାର ସଂଗ୍ରାମ କେଶରୀ ଜେନା,ବ୍ଲକ ଏ.ଇ.ଇ ସସ୍ମିତା କୁମାରୀ କର, ସାଂସଦ ପ୍ରତିନିଧି କବିରାଜ ଗୌଡ଼, ବିଇଓ କବିବର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ୫ଟି ଯୋଜନାରେ ନିର୍ମାଣ ହୋଇଥିବା ସ୍ମାର୍ଟ ସ୍କୁଲ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବା,ଏ.କରଡ଼ାବାଡ଼ି, ଗୋଳାବନ୍ଧ, ପଚାଲୁଣ୍ଡି, ମୋଟାବାଡ଼ି ପଂଚାୟତରେ ଥିବା ବିଭିନ୍ନ ସ୍କୁଲରେ ଆବଶ୍ୟକ ଶ୍ରେଣୀ ଗୃହ ନଥିବାରୁ ଗୃହ ନିର୍ମାଣ ପାଇଁ ଦାବି ହୋଇଥିଲା l କଳମ୍ବ, ମାଣିତରା, ଓ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ଜଗତ ପାଟଣା ଗ୍ରାମରେ ପାନୀୟ ଜଳ ସୁବିଧା କରିବା, ୨୦୧୧ ଜନ ଗଣନାରେ ମୋଟାବାଡ଼ି ପଞ୍ଚାୟତର ନାଗିରି, ଠଣାପଲ୍ଲୀ, ଝାଟିକାପଲ୍ଲୀ ଓ ଭଗବାନପୁର ପଞ୍ଚାୟତର ମହୁଲପଲ୍ଲୀ ଓ ନୂଆଁ ପାଣିକେଶ୍ୱର ଗ୍ରାମକୁ ବାଦ ଦିଆଯାଇଥିବାରୁ ସେହି ଗ୍ରାମର ହିତାଧିକାରୀମାନେ ବିଭିନ୍ନ ସରକାରୀ ଯୋଜନାରେ ଲାଭ ପାଇପାରୁ ନ ଥିବା ଅଭିଯୋଗ ହୋଇଥିଲା l ପଞ୍ଚାୟତ ସମିତି ଅଧୀନରେ ଚାଲିଥିବା ବିଭିନ୍ନ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ସହ ଅସମ୍ପୂର୍ଣ୍ଣ ଅଙ୍ଗନବାଡି କେନ୍ଦ୍ରକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ସହ ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବା ପାଇଁ ନିଷ୍ପତି ହୋଇଥିଲା lଏ. କରଡ଼ାବାଡ଼ି ସରପଞ୍ଚ ରିଙ୍କି ଦାଶ ମେଡିକାଲରେ ଡାକ୍ତର ନଥିବା ଓ ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥା ନଥିବା ପ୍ରସଙ୍ଗ ଉଠାଇ ଥିବାବେଳେ, ଭଗବାନପୁର ସରପଞ୍ଚ ଆବାସ ଯୋଜନାରୁ ୨ଟି ଗ୍ରାମ ବାଦ ପଡ଼ିଥିବା କହିଥିଲେ l ବୈଠକରେ ବନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଉଦ୍ୟ�
ଉଦ୍ୟାନ ବିଭାଗ ଓ ସମ୍ୱନ୍ୱିତ ଶିଶୁ ବିଭାଗର କୌଣସି ଅଧିକାରୀ କିମ୍ୱା କର୍ମଚାରୀ ଯୋଗ ଦେଇନଥିବାରୁ କ୍ଷୋଭ ପ୍ରକାଶ କରାଯିବା ସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବା ପାଇଁ ନିଷ୍ପତି ହୋଇଥିଲା l ବିଡ଼ିଓ ବାସୁଦେବ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଜିପିଇଓ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l