November 23, 2024

ମନରେ ଇଚ୍ଛା ଶକ୍ତି ଓ ବିଜ୍ଞାନ ପ୍ରତି ଆଗ୍ରହ ଥିଲେ କେହି ବି ଜଣେ ଭଲ ବୈଜ୍ଞାନିକ ହୋଇ ପାରିବେ : କୁଳପତି

Share

ମନରେ ଇଚ୍ଛା ଶକ୍ତି ଓ ବିଜ୍ଞାନ ପ୍ରତି ଆଗ୍ରହ ଥିଲେ କେହି ବି ଜଣେ ଭଲ ବୈଜ୍ଞାନିକ ହୋଇ ପାରିବେ : କୁଳପତି

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏକ ଦିବସୀୟ ବିଜ୍ଞାନ ସଚେତନ କାର୍ଯ୍ୟକ୍ରମ ସମାପିତ ହୋଇ ଯାଇ ଅଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ଆଇଜର ର ଡାଇରେକ୍ଟର ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଓ ସ୍ନାତ୍ତୋକତର ବିଭାଗର ମୁଖ୍ୟ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦିନ ପ୍ରାୟେ ୦୨:୩୦ ମିନିଟ ସମୟରେ ନୂତନ ସମ୍ମିଳନୀ କକ୍ଷ୍ଯ ରେ ଆରମ୍ଭ ହୋଇଥିଲା , ପ୍ରଥମେ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଡ଼ ରାଉତ ମୁଖ୍ୟ ଅତିଥି ଓ ବକ୍ତା ଙ୍କୁ ସ୍ଵାଗତ କରି ଛାତ୍ର ଛାତ୍ରୀ ଙ୍କ ସମ୍ମୁଖରେ ପରିଚିତ କରାଇଥିଲେ । ମୁଖ୍ୟ ବକ୍ତା ପ୍ରଫେସର ଅଶୋକ କୁମାର ଗାଙ୍ଗୁଲି ନିଜର ଅଭିଭାଷଣ ରେ ପ୍ରଥମେ କାର୍ଯ୍ୟକ୍ରମ ର ବିଷୟ ବସ୍ତୁ “ସମାଜକୁ ବିଜ୍ଞାନ ର ଉପହାର” ଏହା ଉପରେ ଆଲୋକ ପାତ କରାଇଥିଲେ ଓ ଏହା ସୂଚାଇ ଥିଲେ କି ବର୍ତ୍ତମାନ ଯୁଗରେ ବିଜ୍ଞାନ ଯୋଗୁ ହିଁ ଦେଶର ରୂପ ରେଖ ବଦଳିଛି , ଲକ୍ଷ୍ୟ ଲକ୍ଷ୍ୟ ଲୋକ ଙ୍କ ର ଜୀବନ ଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିଛି , ଓ ଉଦାହରଣ ମାଧ୍ୟମ ରେ ବୁଝାଇ ଥିଲେ ଅସୁବିଧା ଅନେକ ଅଛି ସେ ସବୁର ସମାଧାନ ପାଇଁ ବିଜ୍ଞାନ ଅଛି, ଉଦାହରଣ ରେ କହିଥିଲେ ଯେତେବେଳ ସାରା ବିଶ୍ବରେ କୋରୋନା ର ପ୍ରକୋପ ଛାଇଥିଲା ବିଜ୍ଞାନ ଯୋଗୁଁ ହିଁ ଏହାର ସମାଧାନ ମିଳିପାରିଥିଲା ଓ ଏହାର ଟୀକା ଆବିଷ୍କାର ହୋଇ ପାରିଥିଲା । ବିଜ୍ଞାନ ର ସୃଷ୍ଟି କିପରି ହୋଇଥିଲା ସେ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ୮୦୦ ବର୍ଷ ପୂର୍ବେ ଆମ ପାଖରେ ନା ବିଜୁଳି ର ସୁବିଧା ଥିଲା ନା ଇଣ୍ଟରନେଟ୍ ଓ ମୋବାଇଲ୍ ର ସୁବିଧା ଥିଲା , ବର୍ତ୍ତମାନ ଯଦି ଦେଖିବା ବିଜ୍ଞାନ ଯୋଗୁଁ ଏ ସବୁ ସମ୍ଭବ ପର ହୋଇ ପାରିଛି । ପ୍ରଫେସର ଗାଙ୍ଗୁଲି ଙ୍କ ମତ ଅନୁସାରେ ବୈଜ୍ଞାନିକ ହେବାର ପ୍ରଥମ ଯୋଗ୍ୟତା ହେଉଛି ପର୍ଯ୍ୟବେକ୍ଷଣ ଓ କୌତୁହଳ ମନୋଭାବ । ସେ ତାଙ୍କ ବକୃତା ରେ ମହାନ୍ ବୈଜ୍ଞାନିକ ମାଇକେଲ୍ ଫାରାଡ଼େ ଙ୍କ ଠୁ ନେଇ ଆଲେକଜାଣ୍ଡାର ଫ୍ଲେମିଙ୍ଗ ଓ ଥୋମାସ ଏଡିସନ୍ ଙ୍କ ବିଜ୍ଞାନ ପ୍ରତି ଥିବା ଅବଦାନ କୁ ଆଲୋଚନା କରିଥିଲେ ।
ସେହିପରି ବୁଲେଟ୍ ଟ୍ରେନ୍ କୁ ମଧ୍ୟ ବିଜ୍ଞାନ ର ଅବଦାନ କହି ନିଜର ଯୁକ୍ତି ବାଢ଼ିଥିଲେ। ବିଜ୍ଞାନ ଯୋଗୁଁ ହିଁ ଆଜି ଗମନା ଗମନ ଓ ଯାତାୟତ ଏତେ ସହଜ ରେ ସମ୍ଭବ ପର ହୋଇପାରିଛି । ଏଥି ସହିତ ବିଜ୍ଞାନ କ୍ଷେତ୍ର ରେ ମହିଳାଙ୍କ ଯୋଗଦାନ ଅତୁଳନୀୟ ବୋଲି ମତ ବ୍ୟକ୍ତ କରିଥିଲେ , ମହାନ ବୈଜ୍ଞାନିକ ମାଡ଼ମ କ୍ୟୁରି ଓ ବିଭା ଚୌଧୁରୀ ଙ୍କ ର ବିଜ୍ଞାନ ପ୍ରତି ଥିବା ଅବଦାନ କୁ ଆଲୋଚନା କରିଥିଲେ।
ପରିଶେଷରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ନିଜର ଅଭିଭାଷଣ ପ୍ରତି ପାଦନ କରିଥିଲେ , ଓ କହିଥିଲେ କି ଯେ କେହି ବି ହେଲେ ଜଣେ ଭଲ ବୈଜ୍ଞାନିକ ହେଇପାରିବ ଯଦି ମନରେ ଇଚ୍ଛା ଶକ୍ତି ଓ ବିଜ୍ଞାନ ପ୍ରତି ଆଗ୍ରହ ମୋନୋଭବ ଅଛି । ଉଦାହରଣ ଦେଇ କହିଥିଲେ ଆଜି ଯଦି ଜାପାନ ଭଳି ଦେଶ ଏତେ ବିକାଶ ଶିଳ ହୋଇପାରିଛି ଏସବୁ କେବଳ ବିଜ୍ଞାନ ଯୋଗୁଁ ହିଁ ସମ୍ଭବ ହୋଇ ପାରିଛି ।
ଏହି ଏକ ଦିବସୀୟ ବିଜ୍ଞାନ ସଚେତନ କାର୍ଯ୍ୟକ୍ରମ କୁ ଡକ୍ଟର ରାଉତ ପରିଚାଳନା କରିଥିଲେ ।