June 18, 2026

ମୋହନାରେ ଅସଂପୂର୍ଣ ରହିଥିବା ଶିଶୁ ପାର୍କ ଏବଂ ବସଷ୍ଟାଣ୍ଡ ଯଥା ଶୀଘ୍ର ସମ୍ପୂର୍ଣ୍ଣ ହେବ–

IMG-20230714-WA0021
Share

ମୋହନାରେ ଅସଂପୂର୍ଣ ରହିଥିବା ଶିଶୁ ପାର୍କ ଏବଂ ବସଷ୍ଟାଣ୍ଡ ଯଥା ଶୀଘ୍ର ସମ୍ପୂର୍ଣ୍ଣ ହେବ– —–ଆଜି ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଙ୍କ ନେତୃତ୍ୟରେ ଏକ ବିଜେଡି ପ୍ରତିନିଧି ମଣ୍ଡଳୀ ମୋହନା ଗ୍ରାମରେ କେତକ ଅସଂପୂର୍ଣ ହୋଇ ରହିଥିବା କାର୍ଯ୍ୟ ଗୁଡିକୁ ପରିଦର୍ଶନ କରିଥିଲେ।ଏଥି ମଧ୍ୟରେ ଦୀର୍ଘ ବର୍ଷ ଧରି ଅଧପନ୍ତରିଆ ଭାବେ ପଡିରହିଥିବା ଶିଶୁ ପାର୍କ ଏବଂ ତା ସମ୍ମୁଖରେ ଥିବା ବସଷ୍ଟାଣ୍ଡ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କରିଥିଲେ।ଏହି କାର୍ଯ୍ୟ ବିଭାଗୀୟ ଅଧିକାରୀ, ଜିଲ୍ଲାପାଳ ଗଜପତି ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣି ସ୍ବତନ୍ତ ଅନୁଦାନରେ ଦୀର୍ଘ ଦିନ ଧରି ପଡିରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।ଏହି ପ୍ରତିନିଧି ମଣ୍ଡଳୀରେ ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର, ଜିଲ୍ଲା ମହିଳା ସଭାପତି ପୁର୍ନବାସୀ ନାୟକ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ଭାସ୍କର୍ ସାହୁ, ବିଳାସ ନାୟକ, ବିଭୁ ଚରଣ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକ ସହ ଅନେକ ନେତା ସାମିଲ ଥିଲେ।ଏହା ପରେ ଜିଲ୍ଲା ସଭାପତି ମୋହନା ବ୍ଲକର ଅଡବା ଅଞ୍ଚଳକୁ ଗସ୍ତ କରିଥିବା ଜଣାପଡ଼ିଛି।

You may have missed