March 10, 2026

ପଳାସପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

IMG-20230713-WA0047
Share

ପଳାସପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ
ସାନଖେମୁଣ୍ଡି : ପଳାସପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ସଭାପତି ଅଶୋକ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୂଖ୍ୟଅତିଥି ଭାବେ ସାନଖେମୁଣ୍ଡି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ରାମ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ଉଦଘାଟନ କରିବାସହ ଶିକ୍ଷାର ମହତ୍ତ୍ଵ ରେ ଆଲୋକପାତ କରି ପୋଷାକ ବିତରଣ ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀଶିକ୍ଷାଧିକାରୀ ସୁକୁଦେବ ମଲ୍ଲିକ,କ୍ଲଷ୍ଟର ସଂଯୋଜକ ଅଶୋକ କୁମାର ମଲିକ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମ ରୁ ଅଷ୍ଟମ ପର୍ୟ୍ୟନ୍ତ ୨୦୯ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିଲା। ପ୍ରଧାନଶିକ୍ଷକ ସୁନୀତି ପ୍ରଭା ମହାରଣା ସଂଯୋଜନା କରିଥିବା ବେକେ ସ୍କୁଲ ଶିକ୍ଷକ ଦଣ୍ଡପାଣି ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଶଙ୍କର ପ୍ରଧାନ, ପ୍ରିୟଙ୍କା ଭୂୟାଁ, ଅନୁସୟା ସେଠି, ସୁଜାତା ରଣା ଙ୍କ ସମେତ ସମସ୍ତ ପରିଚାଳନା କମିଟି ସଭ୍ୟ ଉପସ୍ଥିତ ଥିଲେ। ସାନଖେମୂଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ୍ ଉପାନ୍ତ ଓଡିଶା