ମୁକ୍ତା ବିଷୟରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ମୁକ୍ତା ବିଷୟରେ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବୁଗୁଡା : ତା ୧୨/୦୭/୨୩ : ସ୍ଥାନୀୟ ଏନ୍ଏସି କଲ୍ଯାଣୀ ମଣ୍ଡପ ପରିସରରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ବିଷୟରେ ମିଶନ ଶକ୍ତି ଗୋଷ୍ଠୀ ଓ ପୌର ଅଧିକାରୀଙ୍କ ଦକ୍ଷତା ବିକାଶ ନିମନ୍ତେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଏକଦିବସୀୟ କାର୍ଯ୍ୟକ୍ରମକୁ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଉଦଘାଟନ କରିଥିବା ବେଳେ ଏଥିରେ ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ , କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାସ ଏବଂ କାଉନସିଲରବୃନ୍ଦ ଯୋଗ ଦେଇଥିଲେ । ଏ ଅବସରରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗୀୟ ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ଭିଡିଓ କନଫରେନ୍ସ ଜରିଆରେ ଓ୍ବାର୍ଡ ଅଫିସ ପରିଚାଳନା କମିଟି ଓ ଓ୍ବାର୍ଡ ସଂଯୋଜିକାମାନଙ୍କୁ ମୁକ୍ତାର ସଫଳ ରୂପାୟନ ନିମନ୍ତେ ଦକ୍ଷତା ବିକାଶର ମାର୍ଗ ଦର୍ଶନ କରିଥିଲେ । ଏଥି ସହ ରାଜ୍ଯ ମିଶନ ପରିଚାଳକ ପ୍ରସନ୍ନ କୁମାର ମହାରଣା ଓ ନଗର ମିଶନ ପରିଚାଳକ ପବିତ୍ର କୁମାର ନାୟକ ସାଧନ କର୍ମୀ ଭାବେ ଯୋଗ ଦେଇ ଏନ୍ଏସି ଅନ୍ତର୍ଗତ ସ୍ବଂୟ ସହାୟିକା ଗୋଷ୍ଠୀ ଏବଂ ମିଶନ ଶକ୍ତି ଗୋଷ୍ଠୀର ସଦସ୍ୟାଙ୍କୁ
ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମୁକ୍ତା ସଂଯୋଜକ ସର୍ବେଶ୍ଵର ବାରିକ ପରିଚାଳନା କରିଥିବା ବେଳେ ଦ୍ବିତୀକୃଷ୍ଣ ସାହୁ ଓ ସଙ୍କେତ କୁମାର ପାଣିଗ୍ରାହୀ ସହଯୋଗ କରିଥିଲେ ।