November 23, 2024

ପିପୁଲ୍ସ କଲେଜରେ ଦ୍ବିଦିବସୀୟ ବନ ମହୋତ୍ସବ କାର୍ଯ୍ୟକ୍ରମ ଉଦଘାଟିତ

Share

ପିପୁଲ୍ସ କଲେଜରେ ଦ୍ବିଦିବସୀୟ ବନ ମହୋତ୍ସବ କାର୍ଯ୍ୟକ୍ରମ ଉଦଘାଟିତ
ବୁଗୁଡ଼ା : ତା ୧୦/୦୭/୨୩ : ସ୍ଥାନୀୟ ପିପୁଲ୍ସ କଲେଜର ଜାତୀୟ ସେବା ଯୋଜନା ୟୁନିଟ୍-୨ ପକ୍ଷରୁ ୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଶୁଭସ୍ମିତା ମହାପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ ଦ୍ବିଦିବସୀୟ କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଉଦଘାଟନ କରିଥିବା ବେଳେ ଏଥିରେ ଅତିଥି ଭାବେ ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଯୋଗ ଦେଇ ବୃକ୍ଷର ମହାତ୍ମ ବର୍ଣ୍ଣନା କରିବା ସହ ବୃକ୍ଷ ହିଁ ଜୀବନ ହେତୁ ଏହାର ରୋପଣ ଓ ରକ୍ଷା ପ୍ରତି ପ୍ରତ୍ଯେକ ବ୍ଯକ୍ତି ସଂକଳ୍ପବଦ୍ଧ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଏ ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏଥି ସହ ଛାତ୍ରୀ କଲେଜ ହତା ମଧ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ମହୋତ୍ସବର ଅନ୍ତିମ ଦିବସରେ ଆୟୋଜକ ଏନ୍ଏସ୍ଏସ୍ ମହିଳା ୟୁନିଟର ଛାତ୍ରୀମାନଙ୍କ ଦ୍ବାରା କଲେଜ ପରିସରରେ ବୃକ୍ଷ ରୋପଣର କାର୍ଯ୍ୟକ୍ରମ ରହିଛି।