ରାମନାଗୁଡାରେ ବଢ଼ିଚାଲିଛି ଚୋରଙ୍କ ପ୍ରାଦୁର୍ଭାବ ରାତ୍ରି କାଳୀନ ପ୍ରେଟ୍ରୋଲିଂ କଡାକଡି ପାଇଁ ଥାନାଧିକାରୀଙ୍କୁ ଦାବିପତ୍ର

ରାମନାଗୁଡାରେ ବଢ଼ିଚାଲିଛି ଚୋରଙ୍କ ପ୍ରାଦୁର୍ଭାବ
ରାତ୍ରି କାଳୀନ ପ୍ରେଟ୍ରୋଲିଂ କଡାକଡି ପାଇଁ ଥାନାଧିକାରୀଙ୍କୁ ଦାବିପତ୍ର
ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡାରେ ବଢ଼ିଚାଲିଛି ଚୋର ପ୍ରାଦୁର୍ଭାବ।ଚୋର ନଧରାପଡ଼ିବା ଭୟରେ ବିଭିନ୍ନ କୈଶଳ ଆପଣାଉଥିବା ବେଳେ ଲୋକେ ବାଧ୍ୟ ହୋଇ ଥାନାଧିକାରୀଣୀଙ୍କ ଦ୍ବାରସ୍ଥ ହୋଇଛନ୍ତି।ଏନେଇ ଆଜି ସ୍ଥାନୀୟ ଲୋକେ ଏକତ୍ରିତ ହୋଇ ରାମନାଗୁଡା ବଜାରରେ ରାତ୍ରି କାଳୀନ ପ୍ରେଟ୍ରୋଲିଂକୁ ଜୋରଦାର କରିବା,ରାମନାଗୁଡା ଥାନାରେ ଆବଶ୍ୟକ କର୍ମଚାରୀଙ୍କୁ ପୂରଣ ନେଇ ରାମନାଗୁଡା ଥାନାଅଧିକାରିଣୀ ସୁନିତା ବେହେରାଙ୍କ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉକି ଗତ କିଛି ଦିନ ଧରି ରାୟଗଡା ଜିଲ୍ଲା ରାମନାଗୁଡା ସଦର ରେ ଚୋରି ବଢ଼ିବାରେ ଲାଗିଛି । ଦିନକୁ ଦିନ ଚୋର ମାନଙ୍କ ପ୍ରାଦୁର୍ଭାବ ଏତେ ମାତ୍ରା ରେ ବଢି ଚାଲିଛି ଯେ ଚୋରଙ୍କୁ ଧରିବାରେ ସଫଳ ହୋଇ ପାରୁନି ପୋଲିସ ,କାରଣ ଚୋର ମାନେ ଧରା ପଡ଼ିଯିବା ଭୟରେ ଚୋରି କରିବା ସମୟରେ କୌଣସି ପ୍ରକାର ପ୍ରମାଣ ଛାଡୁନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗତ ୬ ମାସ ମଧ୍ୟରେ ପାଖାପାଖି ୧୦ ରୁ ୨୦ଟି ସ୍ଥାନରୁ ଚୋରି ହୋଇ ସାରିଲାଣି ।ଏସବୁ ଭିତରେ କେତେ ଥାନାରେ ଅଭିଯୋଗ ହେଉଛି ତ ଆଉ କିଛି ଅଭିଯୋଗ ନକରି ଚୁପଚାପ ରହି ଯାଉଛନ୍ତି । କାରଣ ଥାନାରେ ଅଭିଯୋଗ କରିଲେ ସୁଦ୍ଧା ଚୋର ମାନଙ୍କ ଟେର ପାଉନି ପୋଲିସ ବୋଲି ଚୋରି ହୋଇଥିବା ଲୋକ ମାନେ କହୁଛନ୍ତି ।ତେବେ ଏଠି ଅତୀତର ଚିତ୍ର ଦେଖିବାକୁ ଗଲେ ଗତ କିଛି ବର୍ଷ ତଳେ ଗୋଟିଏ ରାତିରେ ଦୁଇ ଦୁଇଟି ବୋଲେର ଚୋରି ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଚୋରଙ୍କୁ ଧରି ପାରିନି ପୋଲିସ ସେହିପରି ରାମନାଗୁଡା ଷ୍ଟେଟବ୍ୟାଙ୍କ ଚୋରି କରିବା ପାଇଁ ଭିତରକୁ ପଶିଥିଲେ ଚୋର କିନ୍ତୁ ସେଠି ଫେଲ ମାରିଥିଲେ ।ଏବେ କିଛି ଦିନ ହେବେ ହନୁମାନ ମନ୍ଦିର ରୁ ଦାନ ବାକ୍ସ ରୁ ଟଙ୍କା ହନୁମାନଙ୍କ ମୁକୁଟ ଚୋରି ହୋଇଥିଲା ଏବଂ ଗୁମୁଡ଼ା ନିକଟ ସୁଥରାଜପୁର ଅଙ୍ଗନବାଡି କେନ୍ଦ୍ରରୁ ଇନଭର୍ଟର ଚୋରି ହୋଇଥିବା ବେଳେ ଚାକୁଣ୍ଡା ନିକଟ ରାମଗିରି ଅଙ୍ଗନବାଡି କେନ୍ଦ୍ରରୁ ସୋଲାର ପ୍ଲେଟ ଚୋରି ହୋଇଛି ସେହିପରି ରାମନାଗୁଡା ଜନୈକ ବ୍ୟବସାୟୀଙ୍କ ବାରଣ୍ଡା ରୁ ବାଇକ ଚୋରି ହୋଇଥିବା ବେଳେ ଆଉ ବ୍ୟବସାୟୀଙ୍କ ଘରେ ପଶି କଳାକନା ବୁଲାଇଥିଲେ ଚୋର ଏବଂ ତାମ୍ପରଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଛିଡା କରିଥିବା ଟ୍ରାକ୍ଟର ମାନଙ୍କ ଠାରୁ ଦୁଇଟି ବ୍ୟାଟେରୀ ଚୋରି ହୋଇଥିଲା। ସେହିପରି ତାରିଣୀ ମେଡ଼ିକାଲରୁ ଟଙ୍କା ଚୋରି ,ସାରଳା ସୁନା ଦୋକାନରୁ ସୁନା ଟଙ୍କା ଚୋରି ହୋଇଥିବା ବେଳେ ଚଳିତ ମାସ ୭ ତାରିଖ ଦିନ ରାତିରେ ତାମ୍ପରଗୁଡ଼ା ଅଙ୍ଗନବାଡି କେନ୍ଦ୍ରରୁ ଏଲଇଡ଼ି ଟିଭି ଚୋରି ହୋଇଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ସମୟରେ ସ୍ଥାନୀୟ ଲୋକମାନେ ଘର କିମ୍ବା ବ୍ୟବସାୟ ସ୍ଥଳ ଛାଡି ଯିବା ପାଇଁ ସୁରକ୍ଷିତ ମନେ କରୁ ନାହାନ୍ତି । ତେବେ ପୋଲିସର ପକ୍ଷରୁ ପ୍ରତ୍ୟେକ ରାତିରେ ପେଟ୍ରୋଲିଂ କରା ଯାଉଥିଲେ ମଧ୍ୟ ଚୋର ଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ଚୋର ମାନଙ୍କୁ ଧରିବାରେ ବିଫଳ ହେଉଛି ବୋଲି ସାଧାରଣ ଲୋକ ମାନେ କଥାବାର୍ତ୍ତା ହେଉଛନ୍ତି । ରାତ୍ରିକାଳୀନ ପେଟ୍ରୋଲିଂ ବ୍ୟବସ୍ଥା ସମ୍ପର୍କରେ ରାମନାଗୁଡା ଥାନାଧିକାରୀ ସୁନିତା ବେହେରାପଚାରିବାରୁ ଥାନାରେ ପର୍ଯ୍ୟାପ୍ତ ମାତ୍ରା ରେ କର୍ମଚାରୀ ନଥିବାରୁ ପେଟ୍ରୋଲିଂ କଡାକଡି କରିବା ସମ୍ଭବ ହୋଇ ପାରୁନାହିଁ ବୋଲି କହିଛନ୍ତି। ସେହିପରି ରାତ୍ରି କାଳୀନ ପ୍ରେଟ୍ରୋଲିଂ ଜୋରଦାର କରାଯାଉଥିବା ସହ ଅଞ୍ଚଳର ସମସ୍ତ ଗତିବିଧି ନଜର ରଖାଯାଇଥିବା କହିଛନ୍ତି। ତେଣୁକରି ରାମନାଗୁଡା ଥାନାରେ ଆଵଶ୍ୟକୀୟ କର୍ମଚାରୀ ଯୋଗେଇ ଦେବାକୁ ସାଧାରଣ ରେ ଦାବି ହେଉଛି। ତେବେ ରାମନାଗୁଡା ଥାନା ହେବା ପରଠାରୁ କର୍ମଚାରୀ କ୍ୱାର୍ଟର, ନୂତନ ଥାନା ସ୍ଥାନ ଚିହ୍ନଟ ହୋଇଥିବାବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ।ଏଥିପ୍ରତି ରାତ୍ରିକାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ସହିତ ଚୋର ମାନଙ୍କୁ ଖୋଜି ବାହାର କରିବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।।
ରିପୋର୍ଟ ରାକେଶ କୁମାର ବେହେରା