କୁକୁଡ଼ାଖଣ୍ତିରେ ବର୍ଷା ପାଇଁ ହୋମ ଯଜ୍ଞ

କୁକୁଡ଼ାଖଣ୍ତିରେ ବର୍ଷା ପାଇଁ ହୋମ ଯଜ୍ଞ
କୁକୁଡ଼ାଖଣ୍ତି ଗ୍ରାମରେ ଥିବା ସମସ୍ତ ଚାଷୀ ପରିବାର ବର୍ଷାର ଅଭାବ ଯୋଗୁଁ ଦୁଃଖ ପ୍ରକାଶ କରିବା ସହ ଚାଷଜମିରେ ପାଣିନଥିବା ଯୋଗୁଁ ଧାନ ତଳି ପୋଡିଯାଉଛି। ଚାଷକାର୍ଯ୍ୟ ବିଳମ୍ବ ଯୋଗୁଁ ଚାଷୀମାନେ ବହୁ ପୁରାତନ ପରମ୍ପରା ଅନୁସାରେ ଇନ୍ଦ୍ର ଦେବତାଙ୍କୁ ଖୁସି କରିବା ପାଇଁ କୁକୁଡ଼ାଖଣ୍ତି ଗ୍ରାମରେ ଥିବା ଦାସୀ ଡ଼ିମିରା ଠାରେ ହୋମ ଯଜ୍ଞ ଓ ପଣାପାଣି ଆଣି ମୁଖ୍ୟ ପୁରୋହିତ ରବୀନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ଅଦଲ ଗୋବିନ୍ଦ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବେ ଯୋଗଦେଇ ପୂଜା ଅର୍ଚ୍ଚନା କରିଥିଲେ। ଏଥିରେ କୁକୁଡାଖଣ୍ଡି ଗ୍ରାମର ଏଲମା ସମାଜର ସଭାପତି ଏ.କ୍ଷେତ୍ରବାସୀ, ସମ୍ପାଦକ ଏ.ପଦ୍ମନାଭ, କୋଷାଧକ୍ଷ ଏନ.ଗୁରୁନାଥ,ପି .ଦେବରାଜ, ଏ.ଚିନ୍ତାମଣି, ବି.ସଦାନନ୍ଦ, ଏ.ଚେନେୟା, ଏ.ଭଗବାନ, ଏ.ବିଶ୍ୱମ୍ବର, ଏ.ଚକ୍ରପାଣି, କେ.ଶରତ, ଡ଼ି.ଭଗବାନ, ଏ.ଗୋବିନ୍ଦ, ଇ.ଡାଳେୟା, କେ.ନିଲୁ, ଜି.ତ୍ରିନାଥ, ଏ.ବଳରାମଙ୍କ ସମେତ ବହୁ ଗ୍ରାମବାସୀଙ୍କ ମିଳିତରେ ବହୁ ଆଡମ୍ବର ସହ ଜଳାଭିଷେକ ହୋଇଥିଲା। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ