March 13, 2026

ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ-ଅବ୍ୟବସ୍ଥା ଘେରରେ

105a5fe0-fe9e-407d-95b1-77914c8424ee
Share


ଆସ୍କା:୮-୭ ଆସ୍କା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ରେ ଦିନକୁ ଦିନ ପାଠ ପଢାରେ ଅବ୍ୟବସ୍ଥା ଓ ଦାୟିତ୍ୱ ରେ ଥିବା ଅଧକ୍ଷ ମହାଶୟ ଙ୍କ ମନମୁଖୀ କାର୍ଯ୍ୟ ରେ ଅଭିଭାବକ ମାନେ ଅସନ୍ତୁଷ୍ଟ ହୋଇଥିବା ଜଣାପଡ଼ିଛି। ଏଠାରେ କାର୍ଯ୍ୟରତ କେତେକ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଠିକ ସମୟରେ କଲେଜ କୁ ଆସୁନଥିବାରୁ ଛାତ୍ରୀ ମାନଙ୍କ ପାଠପଢ଼ାରେ ବ୍ୟାଘାତ ହେବା ଫଳରେ ଚଳିତବର୍ଷ ଏହି କଲେଜ ର ଛାତ୍ରୀ ମାନଙ୍କ ପରୀକ୍ଷା ଫଳ ନିୟୁନ ତମହୋଇଥିବା ଅଭିଯୋଗ ହେଉଛି।ଅଧ୍ୟାପକ ଓ ଅଧ୍ୟାପିକା ମାନେ କଲେଜକୁ ବିଳମ୍ବ ରେ ଆସିବା ଯୋଗୁଁ ଅଧିକାଂଶ ଛାତ୍ରୀ କଲେଜ ମୁଖ୍ୟ ଫାଟକ ନିକଟ ରେ ଥିବା ଗୁପ ଚୁପ ଦୋକାନରେ ଭିଡଯମାଉ ଥିବା ଦେଖବାକୁ ମିଳୁଛି।ଏହି କଲେଜ ନିକଟରେ କେତେକ ଅଧ୍ୟାପକ ଏକ ଗୃହରେ ଟିଉସନ କରୁଥିବା ଏବଂ କଲେଜ ର ଛାତ୍ରୀ ମାନଙ୍କୁ ଉକ୍ତ ଟିଉସନ ରେ ପଢିବାକୁ ବାଧ୍ୟ କରୁଛନ୍ତି।ଟିଉସନ ନ ପଢ଼ିଲେ ପ୍ରାକ୍ଟିକାଲ ରେ ମାର୍କ କାଟିଦେବର ଭୟ ଦେଖାଉଛନ୍ତି।ଏହି କଲେଜ ରେ ଦାୟିତ୍ୱ ରେ ଥିବା ଅଧକ୍ଷ ଓ କାର୍ଯ୍ୟରତ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ପାଠ ପଢିଇବାରେ ଅବହେଳା କରୁଥିବା ଯୋଗୁଁ ପାସ ହାର କମ ହେବା ଓ ରିଜେଲଟ ମଧ୍ୟ ଭଲ ନ ହେଉଥିଲେ ମଧ୍ୟ ସ୍ଥାନୀୟ ଜନ ପ୍ରତିନିଧି ଚୁପ ରହିବ ଫଳରେ ଅଭିବାହାକ ମାନେ ଭାଗ୍ୟ କୁ ଆଦରି ଚୁପରହିବାକୁ ବାଧ୍ୟ ହେଉଛନ୍ତି।ବିଭଗୀୟ ମନ୍ତ୍ରୀ ତୁରନ୍ତ ଧ୍ୟାନ ଦେଇ ଜଣେ ଦକ୍ଷ ନିୟମିତ ଅଧକ୍ଷ ନିଯୁକ୍ତି ଦେବାକୁ ଅଭିଭାବକ ମହଲରୁ ଦାବୀ ହେଉଛି।