September 23, 2026

ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଦ୍ୱାରା ଜିଲ୍ଲା ଯୁବଉତ୍ସବ ଉଦଘାଟିତ

IMG-20230707-WA0002
Share

ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଦ୍ୱାରା ଜିଲ୍ଲା ଯୁବଉତ୍ସବ ଉଦଘାଟିତ
++++++++++++++++++++
ଜଗତସିଂହପୁର :- ଜିଲ୍ଲାର ଯୁବକ ଯୁବତୀ ମାନଙ୍କର ପ୍ରତିଭା ବିକାଶ ନିମନ୍ତେ ନେହେରୁ ଯୁବ ସଂଗଠନ ତରଫରୁ ଜିଲ୍ଲା ସ୍ଥରୀୟ ଯୁବଉତ୍ସବ, ଜଗତସିଂହପୁର ଠାରେ ଥିବା ଆଦିକବି ସାରଳାଦାସ ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି ! ଏହି ଉତ୍ସବକୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ଉଦ୍ଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ସରକାରୀ ଦଳର ମୁଖ୍ୟସଚେତକ ତଥା ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ସାଂସଦ ରାଜଶ୍ରୀ ମଲ୍ଲିକ ! ସମ୍ମାନିତ ଅତିଥି ଥିଲେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ,ସଂସ୍କୃତି ଅଧିକାରୀ ଦିଲ୍ଲୀପ ଜେନା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ବିଜେଡି ନଗର ସଭାପତି ପ୍ରିୟବ୍ରତ ମହାପାତ୍ର !ଉଦଯାପନୀ ଉତ୍ସବର ଅତିଥିମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି,ପୌରପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ,ବ୍ଲକ ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା ଓ ବ୍ଲକ ଉପାଧ୍ୟକ୍ଷ୍ ରତିରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ ! ଜିଲ୍ଲାର 19 ବର୍ଷରୁ 29 ବର୍ଷର ପ୍ରତ୍ୟେକ ବ୍ଲକରୁ ବହୁ ଯୁବ ପ୍ରତିଭା ମାନଙ୍କୁ ନେଇ କବିତା, ଚିତ୍ରାଙ୍କନ, ଫଟୋଗ୍ରାଫି, ବକ୍ତୃତା,ସଂଗୀତ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା ! ସେଥିରେ ପ୍ରଥମ, ଦ୍ଵିତୀୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ଆମନ୍ତ୍ରିତ ଅତିଥିମାନେ ପୁରସ୍କାର, ମାନପତ୍ର ଓ ଅର୍ଥରାଶି ପ୍ରଦାନ କରିଥିଲେ !ଉଦ୍ଘାଟନ ଉତ୍ସବ ଠାରୁ ଉଦଯାପନୀ ଦିବସ ଅତି ଚିତାକର୍ଷକ ଥିବାର ଦେଖିବାକୁ ମିଳିଥିଲା !ରାହାମା ନବୋଦୟ ବିଦ୍ୟାଳୟର ଛାତ୍ର ବିଭୁ ପ୍ରସାଦ ଅତି ଚମତ୍କାର ଯୋଗ ପ୍ରଦର୍ଶନ କରି ଉପସ୍ଥିତ ଅତିଥି ତଥା ଉପସ୍ଥିତ ଲୋକମାନଙ୍କୁ ମୁଗ୍ଧ କରିଦେଇଥିଲେ !ନେହେରୁ ଯୁବକେନ୍ଦ୍ର ସଂଗଠନର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ନିଖିଲ କୋକୁଲା ସ୍ୱାଗତ ଭାଷଣ ସହିତ ଜିଲ୍ଲାର ଯୁବପ୍ରତିଭା ମାନଙ୍କ ବିଷୟରେ ମନ୍ତବ୍ୟ ରଖିଥିଲେ ! ସଂଗଠନ ଯୁବପ୍ରତିଭା ମାନଙ୍କୁ ନେଇ ଏହିଭଳି କାର୍ଯ୍ୟକ୍ରମ କରିବାକୁ ସର୍ବଦା ପ୍ରଯତ୍ନ କରିଚାଲିବ ବୋଲି ଦୃଢୋକ୍ତି ପ୍ରଦାନ କରିଥିଲେ ! ସଂଗଠନର ଅନ୍ୟ ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ ! ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !