March 1, 2025

ବ୍ରିଜ ମରାମତି କାମ ଛାଡି ଫେରାର ହେଲା ଠିକାଦାର ମରାମତି କଲା ଆସିକା ବଣିକ ସଙ୍ଘ

Share

 

ଆସିକା ୦୫/୦୭- ନିପ୍ର ବ୍ରିଜ ମରାମତି କାମ ଛାଡି ଫେରାର ହେଲା ଠିକାଦାର ଋଷିକୂଲ୍ୟା ବ୍ରିଜ ମରାମତି କଲା ଆସିକା ବଣିକ ସଙ୍ଘ l ଆସିକା ଋଷିକୂଲ୍ୟା ବ୍ରିଜ ଠାରୁ ଭଞ୍ଜନଗର ୪୦କିମି ରାସ୍ତା ଜାତୀୟ ରାଜପଥ ୧୫୭ ର ମରାମତି କାର୍ଯ୍ୟ ବ୍ରହ୍ମପୁର ର ଠିକାଦାର ଯୁଧିଷ୍ଠିର ସାମନ୍ତରାୟ ଠିକା ନେଇଛନ୍ତି l ଆସିକା ଋଷିକୂଲ୍ୟା ବ୍ରିଜ ର ଉପରି ଭାଗ ସିଲକୋଟ ସମ୍ପୂର୍ଣ ନଷ୍ଟ ହୋଇଥିବା ଯୋଗୁଁ ଏହା ର ମରାମତି କାର୍ଯ୍ୟ ପାଇଁ ଯୁଧିଷ୍ଠିର ସାମନ୍ତରାୟ କମ୍ପାନୀ ତୃତୀୟ ପକ୍ଷ ଏକ ଅନିଭିଜ୍ଞ ଠିକାଦାର କୁ ଏହି କାର୍ଯ୍ୟ ଦେଇଛନ୍ତି l ଏହି ଅନିଭିଜ୍ଞ ଠିକା ସଂସ୍ଥା ଆସିକା ଋଷିକୂଲ୍ୟା ବ୍ରିଜର ଏକ୍ସପାଣ୍ଡାର କୁ କାଟିବା କାର୍ଯ୍ୟ ବହୁ ବିଳମ୍ବରେ କରୁଥିଲା l ଏହି କାଯ୍ୟ ମନ୍ଥର ଗତିରେ ୨୨ ଦିନ ଧରି ଚାଲିଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସହ ଗୁଡ଼ାଏ ଦୁର୍ଘଟଣା ଘଟିଲା l ସ୍ଥାନୀୟ ଲୋକ ଉତକ୍ଷିପ୍ତ ହୋଇ ବିକ୍ଷୋଭ ଓ ପ୍ରତିବାଦ କରିବା ପରେ ଠିକା ସଂସ୍ଥା ଟି ଦୀର୍ଘ 5 ଦିନ ଧରି କାର୍ଯ୍ୟ ବନ୍ଦ କରି ପଳାଇଛନ୍ତି l ଯାହା ଫଳରେ ସମ୍ପୂର୍ଣ ବ୍ରିଜରେ ଖାଲ ଖମା ସାଙ୍ଗକୁ ବଡ଼ ବଡ଼ ଲୁହା ଭାଙ୍ଗି ରହିଛି ଯାହାଫଳରେ ପ୍ରତିଦିନ ଦୁର୍ଘଟଣା ଘଟି ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଛି l ଏହି କାମ ବନ୍ଦ ରହିଥିଲେ ମଧ୍ୟ ଜାତୀୟ ରାଜପଥ ଓ ଠିକାଦାର ଙ୍କ ପକ୍ଷରୁ ଦୀର୍ଘ ୫ ଦିନ ହେଲା କୌଣସି ପଦକ୍ଷେପ ନନେବା ଯୋଗୁଁ ଆଜି ସନ୍ଧ୍ୟା ରେ ଆସିକା ବଣିକ ସଙ୍ଘ ପକ୍ଷରୁ ମେଳି ହୋଇ ଶତାଧିକ ସଭ୍ୟ ଋଷିକୂଲ୍ୟା ବ୍ରିଜ ଠାରେ ଦୀର୍ଘ ଦୁଇ ଘଣ୍ଟା ଧରି ମରାମତି କରିଥିଲେ l ଯାହା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା l ଜାତୀୟ ରାଜପଥ ଓ ଠିକାଦାର ଙ୍କ ଏହି ପରି କାର୍ଯ୍ୟକୁ ଅଞ୍ଚଳ ବାସୀ ଓ ବୁଦ୍ଧିଜୀବୀ ଦୃଢ଼ ନିନ୍ଦା କରିଛନ୍ତି l

ଗଞ୍ଜାମରୁ ଜଗନ୍ନାଥ ପାଣିଗ୍ରାହୀ