ଗୁମ୍ମା ବନ ବିଭାଗ ତରଫରୁ ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

d0cd7f85-7db9-4947-92a6-dca6873ae853
Share

ପାରଳାଖେମୁଣ୍ଡି:୬/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଦେବଗିରି ବନାଞ୍ଚଳ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଗୁମ୍ମା ବିଟ୍ ଗୁମ୍ମା ବ୍ଲକ ଅଞ୍ଚଳରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଆଇ.ଜି.ସି ଯୋଜନା ଅନୁସା ରେ ଭ୍ରାମ୍ୟମାଣ ଚାରା ବଣ୍ଟନ କାର୍ଯ୍ୟକ୍ରମ ଚାଲୁରହିଛି
ଜନ ସାଧାରଣଙ୍କୁ ଆଧାର କାର୍ଡ ପିଛା ୧ ଟଙ୍କା ଭାବଦରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୦ ଗୋଟି ବିଭିନ୍ନ ପ୍ରକାରର ଚାରା ଯଥା:-ଆମ୍ବ,ପଣସ, କାଜୁ, ଲେମ୍ବୁ,ଡାଳିମ୍ବ, ଅହଂଳା ଖୁଳି,ଶିଶୁଆ ଆଦି ଚାରା ବଣ୍ଟନ କରାଯାଇଥିଲା।
ବନ ବିଭାଗ ଅଧିକାରୀ ଦିବାକର ଲେଙ୍କାଙ୍କ ସୂଚନା ଅନୁଯାୟୀ ୪୦ ହଜାର ଚାରା ବଣ୍ଟନ କରାଯିବାର ଲକ୍ଷ୍ୟ ରଖାଯାଇଛି।ଏହି କାର୍ଯ୍ୟକ୍ରମକୁ ବନ ବିଭାଗ କର୍ମଚାରୀ ଦିବାକର ଲେଙ୍କା ପରିଚାଳନା କରିଥିବା ବେଳେ ବନ ରକ୍ଷୀ ମାଧୁରୀ ବେହେରା
ପି.ଭେଙ୍କେଟ ରାମାଣା ଓ ଅନ୍ୟାନ୍ୟ ବିଭାଗ କର୍ମଚାରୀ ସହଯୋଗ କରିଥିଲେ।

You may have missed