ମୋହନା ବ୍ଲକ ଅଡବା ଠାରେ ଗଜପତି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଶୋଷଣ ବିରୋଧରେ ମହାମେଳି
ପାରଳାଖେମୁଣ୍ଡି:୬/୭(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପ୍ରାଙ୍ଗଣରେ ଗଜପତି ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘର ଆଂଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଅଡବା, ବିରିକୋଟ, ଆଲୀଗଣ୍ଡା, ଖାରିଗୁଡା, ରାଇପଙ୍କା, ମାଣ୍ଡି ମେରା, ଗୁଲୁବା, ଡେଙ୍ଗସଖାଲ, ଦମାଦୁଆ, ପାଣିଗଣ୍ଡା ଓ କଟାମା ପଞ୍ଚାୟତ ର 400 ରୁ ଉର୍ଦ୍ଧ ମହିଳା ପୁରୁଷ ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ I ମହାସଂଘ ର ସଭାନେତ୍ରୀ ଶ୍ରୀମତୀ ସୁନେଲି ବଳୀଆର୍ସିଂ, ଉପଦେଷ୍ଟା ତଥା ଓକିଲ ଶ୍ରୀ ଉପେନ୍ଦ୍ର ନାୟକ, ପାରଳାଖେମୁଣ୍ଡି ବସ ମାଲିକ ସଂଘ ପକ୍ଷରୁ ଶ୍ରୀ ରଞ୍ଜନ କୁମାର ମହାପାତ୍ର, ଶ୍ରୀ ଶ୍ରୀ ବିଶ୍ଵ କର୍ମା ନିର୍ମାଣ ଶ୍ରମିକ ସଂଘ ସଭାପତି ଶ୍ରୀ ସତ୍ୟବାଦୀ ମହାରଣା, ଗଜପତି ନିର୍ମାଣ ଶ୍ରମିକ ସଂଘ ସମ୍ପାଦକ ଶ୍ରୀ ଗାନ୍ଧୀ ମଲିକ, ଏଡବ୍ଲ୍ୟୁଡିଡିସି ର ଗଜପତି ଜିଲ୍ଲା ସଂଯୋଜକ ଶ୍ରୀ ଜିତେନ୍ଦ୍ର ନାଥ ସଭାପତି ଉପସ୍ଥିତ ଥିଲେ I ବକ୍ତାମାନେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶ୍ରମ ଅଧିକାରୀ କେବଳ ଗୋସାଣୀ, ଗୁମ୍ମା ଓ କାସୀନଗର୍ ବ୍ଳକ ର କେତେକ ମୋଟା ଅଙ୍କର ଲାଞ୍ଚ ନେଇ ସରକାରୀ ଯୋଜନା ନିର୍ମାଣ ଶ୍ରମିକ ଙ୍କୁ ଦେଇଛନ୍ତି I ମୋହନା ବ୍ଲକ୍ ନିର୍ମାଣ ଶ୍ରମିକ ଙ୍କୁ ସେମାନଙ୍କ ସହାୟତା ଆବେଦନ କରିବାର ବର୍ଷ ବର୍ଷ ଧରି ନଦେଇ ପକାଇ ରଖୁଛନ୍ତି I ଅନଲାଇନ୍ ରେ ନୂତନ ପଞ୍ଜୀକରଣ ବ୍ୟବସ୍ଥା ସରକାର କରିଥିଲେ ବି ଯାଂଚ ନାମରେ ଚ୍ଛଅ ମାସରୁ ବର୍ଷେ କାଳ ପକେଇ ରଖୁଛନ୍ତି I ଗୋଟିଏ ନିର୍ମାଣ ଶ୍ରମିକ କାର୍ଡ ପାସ୍ କରାଇବାକୁ ଜଣ ପିଛା 400/500 ଟଙ୍କା ମାଗୁଛନ୍ତି I ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ସହାୟତା ରାଶି ପାଇଁ 20 ହାଜର, ଝିଅ ବିବାହ ସହାୟତା ପାଇଁ 10 ହାଜର, ମହିଳା ଶ୍ରମିକମାନଙ୍କ ପ୍ରସବ କାଳୀନ ସହାୟତା ପାଇଁ 1000/1500, ଶିକ୍ଷା ସହାୟତା ପାଇଁ 1000 ମାଗୁଛନ୍ତି I ପ୍ରଧାନ ମନ୍ତ୍ରୀ ଆବାସ ପାଇଁ ବହୁ ଶ୍ରମିକ ଙ୍କ ଠାରୁ 5000 ଲେଖାଏ ନେଇ ଦେଉନାହାନ୍ତି I ଶ୍ରୀ ଲୋକନାଥ ପଣ୍ଡା କିରାଣୀ ରୁ ପ୍ରମୋଶନ ପାଇଁ ଡେପୁଟି ଲେବର କମିସନ୍ ଦାୟିତ୍ଵ ରେ ଥିଲେ ବି ସେ ନିଯୁକ୍ତି ପାଇବା ଦିନଠୁଁ କୌଣସି କାମ ଠିକ୍ ରେ ହଉନି I ଗ୍ରାମୀଣ ଶ୍ରମ ନିରୀକ୍ଷକ ଶ୍ରୀ ସୋମନାଥ ପାତ୍ର ସହକାରୀ ଶ୍ରମ ଅଧିକାରୀ ହେଲା ପରେ ଶ୍ରମ କାର୍ଯ୍ୟାଳୟ କର୍ମଚାରୀ ଙ୍କୁ ଦରାଇ ଓ ହାତମୁଠାରେ ରଖି ମନମାନି ଚାଲୁଥିବାରୁ ସବୁ କର୍ମଚାରୀ ଟଙ୍କା ନଦେଲେ କୌଣସି କାମ ହେବନି ବୋଲି ରୋକଠୋକ୍ ଶୁଣାଇଛନ୍ତି I ସୋମନାଥ ପାତ୍ର ଙ୍କ ଭାଇ ବ୍ରହ୍ମପୁର ଶ୍ରମ କମିସନ୍ କାର୍ଯ୍ୟାଳୟରେ ଶ୍ରମ ଅଧିକାରୀ ଥିବାରୁ ସମସ୍ତଙ୍କୁ ଡରାଇ ଶ୍ରମିକ ଙ୍କୁ ନିୟମିତ କୌଣସି ବାହାନା ଦେଖାଇ ଶୋଷଣ କରୁଛନ୍ତି I ଟଙ୍କା ଇଙ୍ଗିତରେ ଶ୍ରମ ଅଧିକାରୀ ଉଠ ବସ ହେଉଥିବା ଦେଖାଦେଉଛି I ଦୁର୍ନୀତିର ଗନ୍ତାଘର ପଲଟିଛି ଶ୍ରମ ବିଭାଗ I ଏଥିପାଇଁ ଜିଲ୍ଲାର 15 ଟି ଟ୍ରେଡ଼ ୟୁନିଅନ ଏକଜୁଟ ହୋଇ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ବକ୍ତା ମାନେ ପ୍ରକାଶ କରିଥିଲେ I ପ୍ରଥମେ ଏ ସମ୍ପର୍କରେ ଜିଲ୍ଲାପାଳ, ଫାଇଭ ଟି ସଚିବ, ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରାଯିବ, ଯଦି ସରକାର କିଛି ପ୍ରତିକାର ବ୍ୟବସ୍ଥା ନକରନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତା ଅବରୋଧ ହେବା ସହ ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି I ଗାନ୍ଧୀ ମଳିକ ଧନ୍ୟବାଦ ଦେଇଥିବା ବେଳେ ଜିତେନ୍ଦ୍ର ନାଥ ସଭାପତି ଓରଫ ଜିତୁ କାର୍ଯ୍ୟକମ ପରିଚାଳନା କରିଥିଲେ I