ନାଟ୍ୟକଳା ଉତ୍ସବର ଉଦଯାପନୀ ସନ୍ଧ୍ୟା…..
ସମ୍ବଲପୁର, ତା ୨୮/୧୧, ନାଟ୍ୟକଳା ପରିଷଦ ପକ୍ଷରୁ ଆୟୋଜିତ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ନାଟ୍ୟକଳା ଉତ୍ସବ-୨୦୨୬ର ଦ୍ୱିତୀୟ ତଥା ଉଦଯାପନୀ ସନ୍ଧ୍ୟାରେ ଆଜି ଜିଲ୍ଲା ପ୍ରେକ୍ଷାଳୟ ତପସ୍ୱନୀ ଠାରେ ପରିଷଦ ପକ୍ଷରୁ ଦୁଇଟି ନାଟକ ପ୍ରଦର୍ଶିତ ହୋଇଥିଲା। ଏଥିରେ ବିରୂପାକ୍ଷ ପ୍ରଧାନଙ୍କ ରଚନା ଓ ନିର୍ଦେଶନାରେ “ସୂରଜ ଜାହ୍ନବୀ -ଏକ ପ୍ରେମ କଥା” ଏବଂ ବିରୂପାକ୍ଷ ପ୍ରଧାନଙ୍କ ରଚନା ଓ ଚନ୍ଦ୍ରକାନ୍ତ ମହାନ୍ତିଙ୍କ ନିର୍ଦ୍ଦେଶନାରେ “ଭାଜ୍ୟ ଭାଜକ ଭାଗଫଳ” ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ ସମ୍ପାଦକ ଡ. ସିଦ୍ଧାର୍ଥ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅତିଥି ଭାବରେ ଡ.ଶ୍ୟାମ ସୁନ୍ଦର ଧର, ଡ. ଦ୍ୱାରିକାନାଥ ନାୟକ ଏବଂ ପ୍ରଫୁଲ୍ଲ ହୋତା ମଞ୍ଚରେ ଉପସ୍ଥିତ ରହି ପରିଷଦ ପ୍ରତି ତାଙ୍କ ଶୁଭକାମନା ଜଣାଇ ଥିଲେ। ଏହି ଅବସରରେ ପରିଷଦର ପରମ୍ପରା ଅନୁସାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସଦସ୍ୟ ଭାବରେ ସୂର୍ଯ୍ୟ ପାଣିଗ୍ରାହୀ ଏବଂ ସତ୍ୟନାରାୟଣ ଠାକୁରଙ୍କୁ ସମ୍ମାନିତ କରାଯାଇଥିଲା। ସଭ୍ୟା ଗାୟତ୍ରୀ ବହିଦାର ମାନପତ୍ର ପାଠ କରିଥିବା ବେଳେ ସଦସ୍ୟ ଯୋଗେଶ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ଣ୍ଣଚନ୍ଦ୍ର ଦାଶ,ଅପର୍ଣ୍ଣା ପାଢୀ,ପ୍ରଶାନ୍ତ ମହାରଣା,ସନ୍ତୋଷ କୁମାର ମିଶ୍ର,ବନିତା ତ୍ରିପାଠୀ ପ୍ରମୂଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
