ଏକାଦଶୀରେ ନାଟକ ” ମଣିଷ ଚିହ୍ନିବା ବାକି ରହିଛି ” ମଞ୍ଚସ୍ଥ

ଏକାଦଶୀରେ ନାଟକ ” ମଣିଷ ଚିହ୍ନିବା ବାକି ରହିଛି ” ମଞ୍ଚସ୍ଥ
ବୁଗୁଡ଼ା : ତା ୩୦/୦୬/୨୩ : ସ୍ଥାନୀୟ ନିକୁଞ୍ଜ ମୋହନ
ଯୁବକ ସଂଘ ପକ୍ଷରୁ ପବିତ୍ର ଏକାଦଶୀ ଉପଲକ୍ଷେ
ଗୁରୁବାର ରାତିରେ ବଡଦାଣ୍ଡଠାରେ ସାମାଜିକ ନାଟକ “ମଣିଷ ଚିହ୍ନିବା ବାକି ରହିଛି” ମଞ୍ଚସ୍ଥ ହୋଇଯାଇଛି । ଉକ୍ତ ନାଟକର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥ ତଥା ଉଦଘାଟକ ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, କେ.ତ୍ରିଲୋଚନ ଦୋରା , ନୀଳ ମାଧବ ଆଚାରୀ , ମଦନ ଗୋପାଳ ଦୋରାଙ୍କ ସମେତ ସମେତ ଏନ୍ଏସି କାଉନସିଲରବୃନ୍ଦ ଯୋଗ ଦେଇ ନାଟ୍ୟ କଳାକାର ଏବଂ ଦର୍ଶକଙ୍କୁ ଉତ୍ସାହିତ କରିଥିଲେ ।
ନାଟ୍ଯକାର ଧ୍ରୁବ ଚରଣ ଖୁଣ୍ଟିଆଙ୍କ ଦ୍ଵାରା ନିର୍ଦେଶିତ ଏବଂ ବାବୁନି ପାତ୍ରଙ୍କ ଦ୍ବାରା ପରିଚାଳିତ ଉକ୍ତ ନାଟକର ପୁରୁଷ ଭୂମିକାରେ ହରି , ଶିବ, ଶମ୍ଭୁ, ଜଗା, ଗଣେଶ, ଶ୍ରୀତମ , ମହେଶ୍ବର, ତପନ, ଦେବବାବୁ ଏବଂ ନାରୀ ଚରିତ୍ରରେ ଝୁମୁରୀ , ଖୁସି, ମିତା, ହେନା, ଉଷା ପ୍ରମୁଖ ଅଭିନୟ କରିଥିବା ବେଳେ ଦର୍ଶକ ନାଟକଟିକୁ ମନଭରି ଉପଭୋଗ କରିଥିଲେ ।