November 19, 2026
ajiro khabar
Share

* ତାରିଖ:୧୯/୧୧/୨୬, ଗୁରୁବାର ୧-୧୨ ଘଣ୍ଟାରେ ରୂପରେଖ ବଦଳାଇ ଦେଲା ବାତ୍ୟା; ଦକ୍ଷିଣରୁ ପୂର୍ବ ଓଡ଼ିଶା ଯାଏଁ ସତର୍କ ସୂଚନା ଜାରୀ।ଲ୍ୟାଣ୍ଡଫଲକୁ ନେଇ ବଢୁଛି ସସପେନ୍ସ।୨-୩୦ ତାରିଖ ଯାଏଁ ଘୁଞ୍ଚିଲା ମାଟ୍ରିକ ଫର୍ମ ପୂରଣ ଅବଧି। ପରୀକ୍ଷା ମାର୍ଚ୍ଚ ୧୨ରୁ ଆରମ୍ଭ।୩-ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟା ପାଇଁ ୧୯, ୨୦ରେ ବନ୍ଦ ରହିବ ନନ୍ଦନ କାନନ।୪-ଭୁବନେଶ୍ୱର: ବିଧାନସଭାରେ ୨୪,୧୫୦ କୋଟିର ଅତିରିକ୍ତ ବଜେଟ୍ ଆଗତ।୫-ସାକ୍ଷୀଗୋପାଳରେ ଅଁଳା ନବମୀ, ରାଧାରାଣୀଙ୍କ ପାଦ ଦର୍ଶନ କଲେ ଦୁଇ ଲକ୍ଷ ଶ୍ରଦ୍ଧାଳୁ।୬-ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା ଅକବାନକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କନ୍ଧମାଳ ଜିଲ୍ଲାରେ ୧୯ରୁ ୨୧ ଯାଏଁ ସ୍କୁଲ ଛୁଟି ରହିବ।ଖୋର୍ଦ୍ଧା ଓ ମାଲକାନଗିରି ଜିଲ୍ଲାରେ ୧୯ ଏବଂ ୨୦ ତାରିଖରେ ସ୍କୁଲ ଛୁଟି ରହିବ। ୭-କାର୍ତ୍ତିକ ପୁଣ୍ଯରେ ବାତ୍ୟା ବାଧକ,ଜଗା ଦର୍ଶନରୁ ୩ ଦିନ ବଞ୍ଚିତ ହେବେ ହବିଷିଆଳି।୮-ବିଧାନସଭା ଅଧିବେଶନ ଆରମ୍ଭରୁ ରାଜନୈତିକ ହଟ୍ଟଗୋଳ, ବିଜେଡି ଓ କଂଗ୍ରେସର ପ୍ରତିବାଦରେ ଅଚଳ ଗୃହ।୯-ଭୁବନେଶ୍ୱର:PMGରେ ଏକାଠି ହେଲେ ପାଚକ ପାଚିକା,୮ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ବିକ୍ଷୋଭ।୧୦-ଭୁବନେଶ୍ୱର:’ଅକୱାନ୍‌’ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି, ୪ ଆଇଏଏସ୍‌ ଙ୍କୁ ଦାୟିତ୍ୱ।୧୧-ପୁଅଙ୍କ ପାଠରେ ଝିଅ ଟପ୍ପର।ମୋଟର ମେକାନିକ୍ ଟ୍ରେଡ୍ରରେ ୧୨୦୦ରୁ ୧୧୯୪ ମାର୍କ ରଖି ସର୍ବଭାରତୀୟ ଟପ୍ପର ହୋଇଛନ୍ତି ପୁରୀର ସୁପ୍ରିତି ମହାପାତ୍ର।୧୨-ଖାଦ୍ୟରେ ଅପମିଶ୍ରଣ ପରେ ବିଷ ବି ଭେଜାଲ୍; ବ୍ରାଉନସୁଗାରରେ ମିଶୁଛି ବିଷାକ୍ତ କେମିକାଲ୍।୧୩-ରକ୍ତହୀନତାରୁ ମୁକ୍ତି ପାଇଲେ ୫ ଓରାଙ୍ଗଉଟାନ୍, ଖାଦ୍ୟଠୁ ରହିବା ଯାଏଁ ସ୍ୱତନ୍ତ୍ର ଯତ୍ନ ନିଆଯାଉଛି।୧୪-ସମ୍ଭାବ୍ୟ ବାତ୍ୟାକୁ ନେଇ ଚିଲିକା‌ରେ ୨୧ ଯାଏଁ ଡଙ୍ଗା ଚଳାଚଳ ବନ୍ଦ ରହିବ।୧୫-ବାତ୍ୟା ଅକୱାନର ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍ ପ୍ରସ୍ତୁତ, ଦକ୍ଷିଣ ଓଡ଼ିଶାରେ ୬ ହଜାରୁ ଅଧିକ କର୍ମଚାରୀ ନିୟୋଜିତ।୧୬-ଗଜପତି:ମିଳିତ ସର୍ଭେକୁ ଆନ୍ଧ୍ରର ପଛଘୁଞ୍ଚା,ଆମାରିଙ୍ଗରେ ଜମି ଚିହ୍ନଟ କଲେ ଓଡ଼ିଶା ଅଧିକାରୀ।୧୭-ନୂଆ ଦିଲ୍ଲୀ:ସୁନାଦର ୨୮୦୦ ଟଙ୍କା ଓ ରୂପା ଦର ୫୦୦୦ ଟଙ୍କା କମିଲା।୧୮-ମଧ୍ୟପ୍ରଦେଶ:ସରକାରୀ ଚାକିରିରେ ୨୫ ବର୍ଷ ପୁରୁଣା ନିୟମ ବଦଳିଲା; ୩ଟି ସନ୍ତାନ ଥିଲେ ବି ମିଳିବ ଚାକିରି।୧୯-IPL ୨୦୨୭ ନିଲାମ ତାରିଖ ଡିସେମ୍ବର ୧୬,ଗୋଆରେ ଖେଳାଳିମାନେ ହେବେ ନିଲାମ।୨୦-ସାଉଦି ଆରବକୁ ବିମାନ ଚଳାଚଳ ବାତିଲ୍ ଅବଧି ବଢ଼ାଇଲା ଇଣ୍ଡିଗୋ, ନଭେମ୍ବର ୩୦ ଯାଏଁ ବନ୍ଦ ରହିବ ସମସ୍ତ ଉଡ଼ାଣ।🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏

You may have missed