November 19, 2026

ସମ୍ଭାବ୍ୟ ବାତ୍ୟା ‘ଅକଭାନ୍’ ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରୁରୀ ବୈଠକ

IMG-20261119-WA0014
Share

ଖୋର୍ଦ୍ଧା,୧୯/୧୧(ଉପାନ୍ତ ଖବର):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ଭୀଷଣ ସାମୁଦ୍ରିକ ଝଡ଼ ‘ଅକଭାନ୍’ ର ରୂପ ନେବା ଏବଂ ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ ଆଭାସୀ ମାଧ୍ୟମରେ ଜରୁରୀ ବୈଠକ ଡାକିଥିଲେ।ଜିଲ୍ଲାର ଧନଜୀବନ, ଜୀବନଜୀବିକା, କୃଷି, ପ୍ରାଣୀ ସମ୍ପଦ ଏବଂ ବନ୍ୟା ଓ ବାତ୍ୟା ପ୍ରବଣ ଅଞ୍ଚଳରେ ମନୁଷ୍ୟ, ପଶୁ ସମ୍ପଦ ଓ ଗର୍ଭବତୀ ମହିଳାଙ୍କ ସୁରକ୍ଷା ନିମନ୍ତେ ସମସ୍ତ ପ୍ରସ୍ତୁତି ୧୯ତାରିଖ ସକାଳ ୯ ଘଟିକା ସୁଦ୍ଧା ଚୂଡ଼ାନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଚିଲିକା, ବାଲିଅନ୍ତା, ବାଣପୁର ସହ ଅନ୍ୟ ଉତ୍ତେଜନା ପ୍ରବଣ ବନ୍ୟା ଓ ବାତ୍ୟା ଅଞ୍ଚଳର ଲୋକମାନଙ୍କୁ ଆସନ୍ତାକାଲି ଅପରାହ୍ନ ୪ ଘଟିକା ସୁଦ୍ଧା ସ୍ଥାନାନ୍ତର କରି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଚୀ, ନିମାପଡା ଓ ଖୋର୍ଦ୍ଧା ଜଳ ସମ୍ପଦ ବିଭାଗ ପକ୍ଷରୁ ବାଲିବସ୍ତା, ବଲ୍ଲା ମହଜୁଦ ରଖି ତୀକ୍ଷ୍ଣ ନଜର ରଖିବାପିଇବା। ପାଣି, ବିଜୁଳି, ଡି.ଜି. ସେଟ୍, ପମ୍ପ ସେଟ୍ ଓ ପାଣି ନିଷ୍କାସନ ପାଇଁ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାକୁ ପ୍ରସ୍ତୁତ ରହିବା।ସୁରକ୍ଷା ସ୍ଥଳରେ ପାଣି, ଆଲୋକ, ଶୌଚାଳୟ ଚୂଡ଼ାନ୍ତ ପ୍ରସ୍ତୁତ ରଖିବା। ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ସରକାରୀ, ଅର୍ଦ୍ଧ-ସରକାରୀ, ବେସରକାରୀ ବିଦ୍ୟାଳୟକୁ ଦୁଇ ଦିନ ଛୁଟି ଘୋଷଣା। ବି.ଡି.ଓ. ମାନେ ମାଇକ୍ ଯୋଗେ ଜନସଚେତନତା କରିବେ। ବାଣପୁର, ବାଲିଅନ୍ତା, ଚିଲିକାରେ ପାଣି ଟ୍ୟାଙ୍କର ଯୋଗାଇବାକୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ। ଜିଲ୍ଲାରେ ଚିହ୍ନଟ ହୋଇଥିବା ୩୬୦ ଜଣ ଗର୍ଭବତୀ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଔଷଧ, ସାପ କାମୁଡ଼ା ଇଞ୍ଜେକସନ, ଓ.ଆର.ଏସ., ୧୦୮, ୧୦୨ ଓ ଜନନୀ ସୁରକ୍ଷା ଯାନ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ।ମନୁଷ୍ୟ ଓ ପ୍ରାଣୀ ଖାଦ୍ୟ ମହଜୁଦ ରଖିବା, ଫାୟାର ବିଭାଗ ସଜାଗ ରହିବା।ବାଲୁଗାଁରେ ୩/୪ ଫୁଟ ପାଣିରେ ରିଲିଫ୍ ବଣ୍ଟନ ପାଇଁ ବୋଟ୍ ବ୍ୟବସ୍ଥା। ତେଲ ଟାଙ୍କିରେ ତେଲ ମହଜୁଦ ଓ ପଲିଥିନ୍ ମହଜୁଦ ରଖିବାକୁ ବି.ଡି.ଓ. ଓ ତହସିଲଦାରଙ୍କୁ ନିର୍ଦ୍ଦେଶ।ଏହି ଆଭାସୀ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ଦାସ, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଙ୍କଳ୍ପ ସ୍ୱସ୍ତିକ ସାହୁ, ଭୁବନେଶ୍ୱର ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁ, ଡେପୁଟୀ କଲେକ୍ଟର (ଜରୁରୀ) ତପା ମିଶ୍ର ଏବଂ ବିଭିନ୍ନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed