November 10, 2026

ଗୁରୁ ଗୋପାଳ ଆଶ୍ରମରେ ତ୍ରିଦିବସୀୟ ଭାଗବତ କଥାଯଜ୍ଞ ଓ ଆଲୋଚନା ଚକ୍ର ଆରମ୍ଭ

IMG-20261110-WA0132
Share

 

 

ତିର୍ତ୍ତୋଲ ,

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ର

ଦଶମାଣକୂଳ ଗ୍ରାମର ମା’ ବିଚାରମଣି ପୀଠ ତଥା ଗୁରୁ ଗୋପାଳ ଆଶ୍ରମ ପରିସରରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆଙ୍କ ମାର୍ଗଦର୍ଶନରେ ଏବଂ ଆଶ୍ରମର ଅଧିକାରୀ ପବିତ୍ର ବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତ୍ରିଦିବସୀୟ ଭାଗବତ କଥାଯଜ୍ଞ ଓ ଆଲୋଚନା ଚକ୍ର ଆରମ୍ଭ ହୋଇଛି । କାର୍ଯ୍ୟକ୍ରମର ପ୍ରଥମ ଦିନରେ ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ଓ ପରିବେଶ ସଚେତନ ତାର ବାର୍ତ୍ତା ଦେଖିବାକୁ ମିଳିଥିଲା । ବାବା ବଳିଆଙ୍କ ନିର୍ଦ୍ଦେଶକ୍ରମେ ଦିନବେଳେ ସ୍ଥାନୀୟ ଧନୁଆ ନଦୀ ପରିସରରେ ସାମୂହିକ ସଫେଇ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଆଧ୍ୟାତ୍ମିକତା ସହିତ ପରିବେଶର ସୁରକ୍ଷା ଓ ସ୍ୱଚ୍ଛତାର ବାର୍ତ୍ତା ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା । ଏହି ତିନି ଦିନିଆ ଆଧ୍ୟାତ୍ମିକ ମହୋତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ସାଧୁସନ୍ଥ ଓ ଧର୍ମପ୍ରେମୀ ଯୋଗ ଦାନ କରିବେ । ପ୍ରତ୍ୟେକ ଦିନ ନାମଯଜ୍ଞ, ଭାଗବତ କଥାଯଜ୍ଞ, ଅନ୍ନଯଜ୍ଞ ଏବଂ ବୃକ୍ଷରୋପଣ ଭଳି ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ରହିଥିବା ଆଶ୍ରମ ଓ ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି । ଏହି ଅବସର ରେ ବାବାଙ୍କ ଶିଷ୍ୟ ତଥା ଆଶ୍ରମର ଟ୍ରଷ୍ଟି ଶ୍ରୀବାସ ଦାସ, ପ୍ରମୋଦ ଦାସ, ସଞ୍ଜୟ ଦାସ, ବାବାଜୀ ଅରୂପାନନ୍ଦ ଦାସ,ସେବକ ଗୋପାଳ ଦାସ, କାଳିଆ ନନା, ଡକ୍ଟର ଅରୁଣ କୁମାର ପାଣି, ମାନସ ମହାପାତ୍ର, ମାନସ ରାଉତ, ରାମାୟଣୀ ପଣ୍ଡିତ ଅଭୟ ଦାଶ, ପଣ୍ଡିତ ପ୍ରତାପ ଚନ୍ଦ୍ର ମହାପାତ୍ର, ଅଦ୍ୱୈତ ସାହୁଙ୍କ ସମେତ ବାବାଙ୍କ ବହୁ ଅନୁଗାମୀ ଯୋଗଦାନ କରିଥିଲେ । ଏଥିସହ ଦଶମାଣକୂଳ ଗ୍ରାମର ସମସ୍ତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ ।