November 10, 2026

ପବିତ୍ର ନଗରଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ

IMG-20261110-WA0129
Share

 

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ପବିତ୍ର ନଗର ମହାବିଦ୍ୟାଳୟ ଖେଳପଡ଼ିଆଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜିତ ହୋଇଯାଇଛି। ମତ୍ସ୍ୟଚାଷ, ପଶୁପାଳନ ଓ ପ୍ରାଣୀସମ୍ପଦର ବିକାଶ ସହିତ ଚାଷୀମାନଙ୍କୁ ଆଧୁନିକ ଜ୍ଞାନକୌଶଳ ଓ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ମେଳାରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ତ୍ରିପୁରାରୀ ପ୍ରଧାନ, ୧୦ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ବେହେରା, କଣିହାଁ ବିଡିଓ ତ୍ରିବିକ୍ରମ କୁମୁରା, ଅନୁଗୁଳ SDVO ଡା. ସୁବାସ ଚନ୍ଦ୍ର ସାହୁ, CDVO ଡା. ସତ୍ୟନାରାୟଣ ସାହୁ, AFO ହରପ୍ରିୟା ପଢ଼ିଆରୀ, ରେଙ୍ଗାଲି VAS ଡା. ତୁଷାରକାନ୍ତ ଗଡ଼ନାୟକ, ବିଜେପି ମଣ୍ଡଳ ସଭାପତି ମନୋଜ କୁମାର ବିଶ୍ୱାଳ ଏବଂ ବିଧାୟକଙ୍କ ପ୍ରତିନିଧି ପ୍ରହ୍ଲାଦ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ମେଳାର ଆୟୋଜନ ଓ ପରିଚାଳନାରେ କଣିହାଁ BVO ଡା. ଅଙ୍କିତା ଆରାଧନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ସୁଚାରୁ ପରିଚାଳନା ଯୋଗୁଁ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଏହିପରି ମେଳା ମାଧ୍ୟମରେ ଚାଷୀ, ମତ୍ସ୍ୟଚାଷୀ ଓ ପଶୁପାଳକମାନେ ନୂତନ ଜ୍ଞାନକୌଶଳ ସହିତ ପରିଚିତ ହେବାର ସୁଯୋଗ ପାଇବା ସହ ନିଜର ଆର୍ଥିକ ଓ ଜୀବନଜୀବିକାର ଉନ୍ନତି ପାଇଁ ପ୍ରେରଣା ପାଇପାରିବେ। ଏଭଳି ଜନହିତକର କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।