September 21, 2024

ପତ୍ନୀହନ୍ତା ପୂର୍ବତନ ବିଧାୟକ ଙ୍କୁ ଆଜୀବନ କାରାଦଣ୍ଡାଦେଶ

Share

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ନିଜ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ ହୋଇଛନ୍ତି ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ । ଗତ ୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖରେ ଭୁବନେଶ୍ୱର ବିଧାୟକ କଲୋନୀ ରେ ରାମମୂର୍ତ୍ତି ଙ୍କ ବାସଭବନ ଡିଏସ୧୮/୧ ରୁ ତାଙ୍କ ପତ୍ନୀ ଶଶୀରେଖା ଗମାଙ୍ଗ ଙ୍କ ଦରପୋଡା ମୃତଦେହ ମିଳିଥିବା ସେତେବେଳେ ଚର୍ଚ୍ଚାର ପରିସରକୁ ଆସିଥିଲା । ୨୮ ବର୍ଷ ପରେ ଆଜି ଏହି ଘଟଣାରେ ରାମମୂର୍ତ୍ତି ଗାମଙ୍ଗ ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱର ସ୍ପେଶାଲ କୋର୍ଟ । ଦଣ୍ଡ ବିଧାନ ସ୍ୱରୂପ ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି ମାନ୍ୟବର କୋର୍ଟ । ପତ୍ନୀ ଗର୍ଭବତୀ ଥିବା ସମୟରେ ତାଙ୍କୁ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ ର ଦଫା ୩୦୨ ଲାଗିଥିବା ଜଣାପଡିଛି । ହତ୍ୟାର ଶିକାର ହେଇଥିବା ପତ୍ନୀଙ୍କ ଘର ରାମାନଗୁଡା ବ୍ଲକ୍ ବଡ଼ କୁଜେନ୍ଦ୍ରି ବୋଲି ଜଣାପଡିଛି । ଏଘଟଣା ନେଇ ଏବେ ଗୁଣୁପୁର ରେ ହଇଚଇ ସୃଷ୍ଟି ହୋଇଛି । ଦୁଇ ଦୁଇ ଥର ବିଧାୟକ ହୋଇଥିବା ଶ୍ରୀ ଗମାଙ୍ଗ ଙ୍କ ରାଜନୈତିକ କ୍ୟାରିଅର ଏକ ପ୍ରକାର ଅନ୍ତ ଘଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଦଣ୍ଡାଦେଶ ଘୋଷଣା ପରେ ଶ୍ରୀ ଗମାଙ୍ଗ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ରହିଛି ।