November 11, 2026

ନୂତନ ବକ୍ସାଇଟ୍ ଖଣି ପ୍ରକଳ୍ପକୁ ବିରୋଧ କରିବେ କୋରାପୁଟ ସାଂସଦ ଆଦିବାସୀଙ୍କ ସ୍ୱାର୍ଥ ଓ ଅଧିକାର ସହ କୌଣସି ସାଲିସ୍ ହେବ ନାହିଁ: ସପ୍ତଗିରି

IMG-20261110-WA0015
Share

 

କୋରାପୁଟ: ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରସ୍ତାବିତ ନୂତନ ବକ୍ସାଇଟ୍ ଖଣି ପ୍ରକଳ୍ପକୁ ଦୃଢ଼ ବିରୋଧ କରିବେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା। ବିଶେଷକରି ନାଗେଶ୍ୱରୀଠାରେ ପ୍ରସ୍ତାବିତ ବକ୍ସାଇଟ୍ ଖଣି ପ୍ରକଳ୍ପକୁ ମଧ୍ୟ ସେ ବିରୋଧ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ସାଂସଦ ଶ୍ରୀ ଉଲାକା କହିଛନ୍ତି ଯେ, ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ଅଧିକାରକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯାଇପାରିବ ନାହିଁ। ଖଣି ପ୍ରକଳ୍ପ ନାମରେ ଆଦିବାସୀଙ୍କ ସ୍ୱାର୍ଥ, ଜୀବନଜୀବିକା ଓ ପାରମ୍ପରିକ ଅଧିକାରକୁ ବଳି ଦିଆଯିବା ଗ୍ରହଣୀୟ ନୁହେଁ।

ଅଞ୍ଚଳର ଆଦିବାସୀ ଜନସାଧାରଣଙ୍କ ହିତ ଓ ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେବା ଆବଶ୍ୟକ। ତେଣୁ ଜନସାଧାରଣଙ୍କ ସ୍ୱାର୍ଥ ବିରୋଧୀ କୌଣସି ଖଣି ପ୍ରକଳ୍ପକୁ ସେ ସମର୍ଥନ କରିବେ ନାହିଁ ବୋଲି ସାଂସଦଙ୍କ ମତରୁ ସ୍ପଷ୍ଟ ହୋଇଛି।

(ଗୁପ୍ତେଶ୍ୱର ରଥ, କୋରାପୁଟ)