March 10, 2026

ନୂଆବର୍ଷ ପାଇଁ ଭୋଜିଭାତରେ ଆସର ଜମିଲା 

IMG-20251231-WA0074
Share

 

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର )ବୋଲଗଡ ଅଞ୍ଚଳରେ ଥିବା ମା’ ଭୂଇଁୟାଣୀ ପୀଠ, ମୁଣ୍ଡିଆପଡା, ଯୋଡ଼ାପଡା ରାମମନ୍ଦିର, ସାନପଦର ବିନ୍ଧ୍ୟଗିରି ପର୍ବତ, କୋଶଳାଶୁଣୀ ପୀଠ, ମାଣିବନ୍ଧ ହନୁମାନ ମନ୍ଦିର, ଖଙ୍ଗୁରିଆ ହନୁମାନ ମନ୍ଦିର, ଦେଉଳି ମଠ ଆଦି ପ୍ରମୁଖ ସ୍ଥାନ ନୂଆବର୍ଷ ପାଇଁ ଚଳଚଞ୍ଚଳ ହୋଇଛି। ବହୁ ଶ୍ରଦ୍ଧାଳୁ ଏଠାକୁ ଆସି ଠାକୁରଙ୍କୁ ଦର୍ଶନ କରି ଭୋଜିଭାତ କରି ନବବର୍ଷକୁ ସ୍ୱାଗତ କରି ଏବଂ ପୁରୁଣା ବର୍ଷ କୁ ବିଦାୟୀ ଦେଇ ଧୁମ୍‌ଧାମ୍‌ରେ ପାଳନ କରିଥିଲେ। ମୁଣ୍ଡି ଆପଡାରେ ୧୦, ୦୦୦ରୁ ଊର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା। ସେହିପରି ସାନପଦର ବିନ୍ଧ୍ୟଗିରି ପର୍ବତଠାରେ ଲୋକମାନେ ମଧ୍ୟ ଭୋଜିଭାତ କରି ମଜା ନେଇଥିଲେ। ସେହିପରି ବୋଲଗଡର ମା’ ଭୂଇଁୟାଣୀଙ୍କ ପୀଠରେ ଅନେକ ଲୋକ ନୂଆବର୍ଷ ପାଳନ କରିବା ସହିତ ବହୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ। ଆଜି ବିନ୍ଧ୍ୟ ଗିରିପର୍ବତ ରେ ବହୁ ଜନସାଧାରଣ ଓ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଭୋଜି ଭାତ କରି ବିନ୍ଧ୍ୟଗିରି ପର୍ବତ ବୁଲିଥିଲେ l ଜନସମାଗମ ରେ ପରିପୂର୍ଣ୍ଣ ହୋଇଉଠୁଛି ବିଭିନ୍ନ ସୌନ୍ଦର୍ଯ୍ୟ ପରିବେଶର ରେ ଆବରଣ ହୋଇଥିବା ପର୍ଯ୍ୟଟନ ସ୍ଥଳୀ l ବିନ୍ଧ୍ୟଗିରି ପର୍ବତରେ ଆଜି କୁଳାସର, ବାୟାପଲ୍ଲୀ, ଚଟୁଆ, ଚମ୍ପାଇଲୋ, ପିମ୍ପଲ, ରାସୋଳ,ସାନପଦର, ରଣପୁର ଓ ନରେନ୍ଦ୍ରପୁର ଆଦି ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ବ୍ୟକ୍ତିବିଶେଷ ଆସର ଜମିଥିଲା l ବିନ୍ଧ୍ୟାଗିରି ଏବଂ

ମୁଣ୍ଡିଆପଡାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଜନସାଧାରଣ ଦାବି କରିଛନ୍ତି।