ସମାଜସେବୀ ଶିକ୍ଷକ ଦ୍ଵିତୀ ସାର୍ ପାଇଲେ ନେସନାଲ ବେଷ୍ଟ ଟିଚର ଆଓ୍ଵାର୍ଡ ସହ ଲାଇଫ୍ ଟାଇମ୍ ଏଚିଭମେଣ୍ଟ ଆଓ୍ଵାର୍ଡ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସବଡିଭିଜନ ଅନ୍ତର୍ଗତ ବେଲଗୁଣ୍ଠା ବ୍ଳକ ନେଟଙ୍ଗା ଗ୍ରାମର ଅଧିବାସୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କୁ ନେସନାଲ ବେଷ୍ଟ ଟିଚର ଆଓ୍ଵାର୍ଡ ସହ ଲାଇଫ୍ ଟାଇମ୍ ଏଚିଭମେଣ୍ଟ ଆଓ୍ଵାର୍ଡ ରେ ସମ୍ମାନୀତ କରାଯାଇଛି। ଗତକାଲି ବ୍ରହ୍ମପୁର ସହରର ଗଞ୍ଜାମ କଳା ପରିଷଦ ଠାରେ ଓ୍ଵାରଲଡ ଚାରିଟି ଓ୍ଵେଲଫର ଫାଉଣ୍ଡେସନ ତରଫରୁ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଶିକ୍ଷକ ଦ୍ଵିତୀକୃଷ୍ଣ ଲେଙ୍କାଙ୍କୁ ସାର୍ଟିଫିକେଟ, ମେଡାଲ ଓ ଟ୍ରଫି ପ୍ରଦାନ ସହିତ ଏହି ଦୁଇଟି ସମ୍ମାନ ଦିଆଯାଇଥିଲା। ପରିବେଶ ସୁରକ୍ଷା, ପ୍ରକୃତି ସଂରକ୍ଷଣ, ବ୍ୟାପକ ବୃକ୍ଷ ଚାରା ରୋପଣ, ବନ୍ୟପ୍ରାଣୀ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ରକ୍ତଦାନ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ପାଇଁ ତାଙ୍କୁ ଏଜୁକେସନ ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଶିକ୍ଷକ ବନ୍ଧୁ ବର୍ତ୍ତମାନ ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡା କ୍ଲଷ୍ଟରର ଟୋକାଗଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ରୂପେ ଅବସ୍ଥାପିତ ଅଛନ୍ତି ଏବଂ ବଡ଼କୋଦଣ୍ଡା ସିଆରସିସି ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ଚଳିତ ବର୍ଷ ବଡ଼କୋଦଣ୍ଡା କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟରେ ଏକ୍ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଜରିଆରେ ବନମହୋତ୍ସବ ପାଳନ ସହିତ ଭଞ୍ଜନଗର ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟ, ବେଲଗୁଣ୍ଠା ବ୍ଳକ ନେଟଙ୍ଗା ଗ୍ରାମର ଦୀନବନ୍ଧୁ ବେହେରା ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସୋରଡ଼ା ବ୍ଳକ ପଳାସପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବନମହୋତ୍ସବ ପାଳନ ପାଇଁ ଉତ୍ସାହିତ କରିବା ସହ ପ୍ରେରଣା ଯୋଗାଇଥିଲେ ଏବଂ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ।
ପ୍ରକାଶ ଯୋଗ୍ୟ ଯେ, ଏହି ଶିକ୍ଷକ ମହୋଦୟ ବିଭିନ୍ନ ଉତ୍ସର୍ଗୀକୃତ ସେବା କାର୍ଯ୍ୟ ତଥା ସାମାଜିକ ମାଙ୍ଗଳିକ କାର୍ଯ୍ୟକଳାପ ପାଇଁ ପୂର୍ବରୁ ଅନେକ ଥର ସମ୍ମାନୀତ ହୋଇଛନ୍ତି। ଏହି ଶିକ୍ଷକ ମହୋଦୟ ପ୍ରକୃତି ସଂରକ୍ଷଣ ଏବଂ ଉତ୍ସର୍ଗୀକୃତ ସେବା କାର୍ଯ୍ୟ ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପୂର୍ବରୁ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର, ବେଷ୍ଟ ଇନଷ୍ଟିଚ୍ୟୁଟନାଲ ଆଓ୍ଵାର୍ଡ, ଏବଂ ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନ ପକ୍ଷରୁ ପ୍ରାଇଡ୍ ଅଫ୍ ଓଡ଼ିଶା, ନେସନାଲ ବେଷ୍ଟ ସୋସିଆଲ ଓ୍ଵାର୍କର, ଇଣ୍ଟରନେସନାଲ ସୋସିଆଲ ଅନରବେଲ ଆଓ୍ଵାର୍ଡ, ଅନରେବଲ ଡକ୍ଟରେଟ ସମ୍ମାନ, ଶ୍ରୀ କ୍ଷେତ୍ର ସମ୍ମାନ, ଗ୍ରୀନ ହିରୋ ସମ୍ମାନ, କ୍ଲାଇମେଟ ରେଜିଲାଣ୍ଟ ସମ୍ମାନ, ଗ୍ରୀନ ମେନ୍ ସମ୍ମାନ, ଗ୍ରୀନ ଆର୍ମି କମାନଣ୍ଡେଣ୍ଟ ସମ୍ମାନ, ସବୁଜ ସାରଥୀ ସମ୍ମାନ, ବିପଦର ବନ୍ଧୁ ସମ୍ମାନ, ବୃକ୍ଷ ପ୍ରେମୀ ସମ୍ମାନ, ଅମୂଲ୍ୟ ଦାସ ସ୍ମୃତି ସମ୍ମାନ, ପ୍ରକୃତି ପୂଜାରୀ ସମ୍ମାନ, କବିସୂର୍ଯ୍ୟ ରକ୍ତଦାନ ସେବା ସଂଘ ପକ୍ଷରୁ ଆଦର୍ଶ ଶିକ୍ଷକ ସମ୍ମାନ -୨୦୨୫, ଏହିପରି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଦ୍ଵିତୀ ସାର୍ ଙ୍କ ଏହି ମହାନ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ଏବଂ ସମାଜ ପାଇଁ ଏକ ବାର୍ତ୍ତା ଓ ପ୍ରେରଣା ଅଟେ|ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
