September 21, 2024

ମହେନ୍ଦ୍ରଗଡ ରେ ଆରଏସଏସ ଜିଲ୍ଲା ସମ୍ମିଳନୀ …

Share


ମୋହନା,ଗଜପତି ଜିଲ୍ଲା ମହେନ୍ଦ୍ରଗଡରେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘ ର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ଗତ ଏକ ସପ୍ତାହ ଧରି ଚାଲିଥିବା ପ୍ରାଥମିକ ଶିକ୍ଷା ବର୍ଗ ଶନିବାର ରାତିରେ ସମରୋପ ହୋଇଛି l ରବିବାର ପ୍ରାୟ ୪ ଶହରୁ ଅଧିକ ପୂର୍ଣ୍ଣ ଗଣବେଷ ଧାରି ସ୍ୱୟଂସେବକ ତିବତିୟ ଖେଳ ପଡିଆରୁ ଘୋଷ ବାଦ୍ୟ ସହ ବହାରି ମହେନ୍ଦ୍ରଗଡ ଗ୍ରାମ ପରିକ୍ରମା କରିଥିଲେ l ଏହାପରେ ଏକ ସାଧାରଣ ସଭା ଆୟୋଜିତ ହେବା ସହ ସ୍ଵୟଂସେବକ ମାନେ ଦଣ୍ଡ ଚାଳନା, ନିଉଧ, ଘୋଷ, ବ୍ୟାୟାମ ଯୋଗ ପ୍ରଦର୍ଶନ କରିଥିଲେ l ଜିଲ୍ଲା କର୍ଯ୍ୟବାହ ଅମୂଲ୍ୟ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟବକ୍ତା ଭାବେ ଗଞ୍ଜାମ ବିଭାଗ ସଂଘଚlଳକ ଭଗବାନ ତ୍ରିପାଠୀ ଯୋଗଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ କହିବା ସହ ସନାତନ ସଂସ୍କୃତି ବିଶ୍ୱରେ ମହାନ ବୋଲି କହିଛନ୍ତି l ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରକାଶ ପଣ୍ଡା, ଜିରlଙ୍ଗ ବୌଧ ମନ୍ଦିର ଗୁରୁଜୀ ଖେନ୍ପୋ ପେମା ଆମ୍ଫେଲ ଓ ଗଜପତି ଜିଲ୍ଲା ସଂଘଚାଳକ ଗୌରାଙ୍ଗ ପାଣିଗ୍ରାହି ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ ସହପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ ରଣଜିତ୍, ବିଭାଗ ଶାରୀରିକ ପ୍ରମୁଖ ଜୁରିଆ ଜlନି ଓ ସହଜିଲ୍ଲା କାର୍ଯ୍ୟବlହ ପ୍ରଶାନ୍ତ ସୁବୁଦ୍ଧି ପରିଚlଳନl କରିଛନ୍ତି l