November 25, 2024
Share

➡️୧-ଶ୍ରୀରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ପୂର୍ବରୁ ନୂଆ ରୂପରେ ସଜେଇ ହୋଇଛି ଅଯୋଧ୍ୟା l ଅତ୍ୟାଧୁନିକ ବିମାନବନ୍ଦର, ରେଳଷ୍ଟେସନ ର ଶୁଭ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

➡️୨-ବଢିଲା ଉଚ୍ଚଶିକ୍ଷା ପାଇଁ କାଳିଆ ଛାତ୍ରବୃତ୍ତି ସୁବିଧା, ଏଥିରେ ଘରୋଇ ଶିକ୍ଷାନୁଷ୍ଠାନ, ରାଜ୍ୟ ବାହାରର ସରକାରୀ ଅନୁଷ୍ଠାନ ମଧ୍ୟ ହେଲା ସାମିଲ l

➡️୩-ଗତମାସରେ ନିଯୁକ୍ତି ପାଇଥିବା ଏକ ଲକ୍ଷ ଶିକ୍ଷକଙ୍କ ପୁନଃଯାଞ୍ଚ କରିବାକୁ ନିର୍ଦେଶ ଦେଲା ଶିକ୍ଷା ବିଭାଗ।

➡️୪-ଶ୍ରୀମନ୍ଦିରରେ ନୂଆବର୍ଷରୁ ନୂଆ ଦର୍ଶନ ବ୍ୟବସ୍ଥା: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଏସି ସେଡ୍‌, ବ୍ୟାରିକେଡିଂ l

➡️୫-ଇଂରାଜୀ ନୂଆବର୍ଷ ସୋମବାର ପଡୁଥିବାରୁ ଖୋଲା ରହିବ ନନ୍ଦନକାନନ। ଏହାଦ୍ୱାରା ପର୍ଯ୍ୟଟକମାନେ ନୂଆବର୍ଷରେ ନନ୍ଦନକାନନର ପ୍ରାଣୀ ଉଦ୍ୟାନକୁ ଆସି ବୁଲିପାରିବେ ଓ ଉପଭୋଗ କରିପାରିବେ।

➡️୬-୨୦୨୪ ଜାନୁଆରି ପହିଲା ମଧ୍ୟରାତ୍ରରେ ବିଶ୍ୱର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ (୮୦୦ କୋଟି) ଅତିକ୍ରମ କରିବ l ଏ ନେଇ ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି।

➡️୭-ଡିଜିପି ଦାୟିତ୍ବରେ ଅରୁଣ ଷଡ଼ଙ୍ଗୀ l ସୁନୀଲ ବଂଶଲଙ୍କ ଅବସରର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ସରକାର ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ସ୍ବତନ୍ତ୍ର ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ପୁଲିସ ମହାନିର୍ଦ୍ଦେଶକ ଭାବେ ଦେଲେ ଅତିରିକ୍ତ ଦାୟିତ୍ବ l

➡️୮-ଆଜିଠାରୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)ର ସରସଂଘଚାଳକ ମୋହନ ଭାଗବତ ୬ ଦିନିଆ ରାଉରକେଲା ଗସ୍ତରେ ଆସୁଛନ୍ତି। ଶ୍ରୀ ଭାଗବତ ଆଜି ରାତି ୧୦ଟାରେ ରାଉରକେଲାରେ ପହଞ୍ଚିବେ।

➡️୯-ନବରଙ୍ଗପୁର ଜିଲା ପାଇଁ ୧୧ଟି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଏବଂ ତୁରୀ-ଗୁନ୍ତାତ୍ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୧୦-ପ୍ରଚାର ପ୍ରସାର ପାଇଁ ବଢ଼ିଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ବଜେଟ୍, ବ୍ୟୟବରାଦ ବାବଦରେ ଆଉ ୨୧୪ କୋଟି ଟଙ୍କା ହେଲା ବୃଦ୍ଧି l

➡️୧୧-୨୦୨୩ରେ ସୁପ୍ରିମକୋର୍ଟଙ୍କ ୩୨ଟି ଐତିହାସିକ ରାୟ ତାଲିକାରେ ଓଡ଼ିଶାର ଦୁଇଟି ରାୟ ପାଇଲା ସ୍ଥାନ l

➡️୧୨-ଆସନ୍ତା ବର୍ଷ ୨୦୨୪ ମସିହାରେ ଚଳିତ ବର୍ଷ ତୁଳନାରେ ଅଧିକ ଗରମ ହେବାର ସମ୍ଭାବନା ରହିଛି । ଆକଳନ କଲେ ପାଣିପାଗ ବିଜ୍ଞାନୀ l

➡️୧୩-ଝୁମ୍ପୁଡ଼ିରେ ରହୁଥିବା ବାବୁଲାଲ ହେଲେ ରାଜସ୍ଥାନର ଭଜନଲାଲଙ୍କ ମନ୍ତ୍ରିମଣ୍ଡଳର କ୍ୟାବିନେଟ୍ ମନ୍ତ୍ରୀ l

➡️୧୪-ଆଜି ହେଉଛି ବିଳମ୍ବିତ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ l ଉଭୟ ବିଳମ୍ବିତ ଓ ସଂଶୋଧିତ ଆୟକର ରିଟର୍ଣ୍ଣ ଦାଖଲ ଏହି ସମୟ ଭିତରେ କରିବାକୁ ହେବ।

➡️୧୫-୨୦୨୪ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ନାମାଙ୍କନ ଖାରଜ କଲେ ପାକ୍‌ ନିର୍ବାଚନ ଆୟୋଗ l

➡️୧୬-ପୁଣି ବିବାଦରେ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ବିବାଦୀୟ ସଂଳାପ ଓ ଚିତ୍ରଣ ପାଇଁ ଅଟକିଲା ସିନେମା ବିହ୍ୟୁମର ରିଲିଜ l ଫିଲ୍ମଟି ୨୯ ଡିସେମ୍ବରରେ ରିଲିଜ ହେବାର ଥିଲା, ହେଲେ ଏହାପୂର୍ବରୁ ତେଲେଙ୍ଗାନା ହାଇକୋର୍ଟ ଫିଲ୍ମ ରିଲିଜ ଉପରେ ରୋକ ଲଗାଇଛନ୍ତି ।

➡️୧୭-ଗାଜାରେ ଯୁଦ୍ଧ ସ୍ଥିତି ଭୟଙ୍କର l ଠିକଣା ଖୋଜି ଖୋଜି ଗାଜାରେ ହମଲା ଆରମ୍ଭ କଲା ଇସ୍ରାଏଲ। ୨୪ ଘଣ୍ଟାରେ ୨୦୦ ନାଗରିକଙ୍କ ମୃତ୍ୟୁ l

➡️୧୮-ଭାରତ – ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ : ଅଷ୍ଟ୍ରେଲିଆ ଠାରୁ ୩ ରନ୍‌ର ହାରିଲା ଭାରତୀୟ ମହିଳା ଟିମ୍; ଲଗାତର ଦ୍ୱିତୀୟ ପରାଜୟ ପରେ ହାତରୁ ଗଲା ସିରିଜ୍ l

➡️୧୯-ଭାରତର ପାରା କ୍ରୀଡ଼ାବିତ୍‌ ଶୀତଲ ଦେବୀ ବର୍ଷର ଶ୍ରେଷ୍ଠ ପାରା ମହିଳା ତୀରନ୍ଦାଜ ଭାବେ ହେଲେ ବିବେଚିତ l

➡️୨୦-ଆହତ ହେଲେ ଶାର୍ଦ୍ଦୁଳ ଠାକୁର, ଦ୍ବିତୀୟ ଟେଷ୍ଟରେ ତାଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ବଲ୍‌ ତାଙ୍କ କାନ୍ଧରେ ବାଜିବା ପରେ ସେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ।

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ନବବର୍ଷର ପୂର୍ବ ସନ୍ଧ୍ୟା ll
🔅ଆଜି 2023 ବର୍ଷର ଶେଷ ଦିବସ ll
🔅ଆଜି ବିଶ୍ୱ ଶାନ୍ତି ଧ୍ୟାନ ଦିବସ ll
🔅ଆଜି ବଲିଉଡ ଫିଲ୍ମ ଆକ୍ଟର କାଦର ଖାଁନଙ୍କ ଜନ୍ମଦିନ ll