September 21, 2024

ରାମଗିରି କଲେଜ ନୂଆ-ଓ ଉଦଯାପିତ କୌଣସି ବ୍ୟକ୍ତି ଅଯୋଗ୍ୟ ନୁହନ୍ତି – ଏସକେସିଜି ଅଧ୍ୟକ୍ଷ…

Share


ମୋହନା, ଗଜପତି ଜିଲ୍ଲା ରାମଗିରି ମହେନ୍ଦ୍ରଗିରି କଲେଜ ନୂଆ-ଓ, ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l କଲେଜ ଅଧ୍ୟକ୍ଷl ପ୍ରିୟଦର୍ଶିନୀ ପଟନାୟକଙ୍କ ଅଧ୍ୟକ୍ଷତାରେ ଓ ସୌଦାମିନୀ ମହାରଣାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ଏସକେସିଜି କଲେଜ ଅଧ୍ୟକ୍ଷ ଡ଼ଃ. ଜିତେନ୍ଦ୍ର ନାଥ ପଟନାୟକ ଯୋଗଦେଇ ଯୁବ ସମାଜ ହେଉଛନ୍ତି ଦେଶର ଭବିଷ୍ୟତ l ଯୁବ ସମାଜ ଜାଗ୍ରତ ହେଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଛନ୍ତି l କଲେଜ କ୍ୟାରିୟର ରୁ ହିଁ ଯୁବ ସମାଜ ଶୃଙ୍ଖଳିତ ହେବା ଉଚିତ l ପାଠ ସହ ସବୁ କ୍ଷେତ୍ରରେ ପାରଦର୍ଶିତା ହୋଇପାରିଲେ ଜଣେ ସ୍ୱୟଂସମ୍ପୂର୍ଣ ବ୍ୟକ୍ତି ଭାବେ ସମାଜରେ ପ୍ରତିଷ୍ଠା ଅର୍ଜନ କରିପାରିବ l ତେଣୁ ସରକାର ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ କଲେଜ ଛାତ୍ର ଛାତ୍ରୀଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନ କୁ ଆଣିବା ସହ ପ୍ରତ୍ୟେକ କ୍ଷେତ୍ରରେ ପାରଦର୍ଶିତା ହାସଲ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ l କୌଣସି ବ୍ୟକ୍ତି ଅଯୋଗ୍ୟ ନୁହନ୍ତି l ସମସ୍ତ ଙ୍କ କିଛିନା କିଛି ପ୍ରତିଭା ରହିଛି l ନିଜର ରୁଚି ଅନୁଯାଇ ପରିଶ୍ରମ କଲେ ଜୀବନରେ ନିଶ୍ଚିତ ସଫଳତା ପାଇବ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ରାମଗିରି ଥାନା ଅଧିକାରୀ ଲୋକନାଥ ବେହେରା , ନାଏବ ସରପଞ୍ଚ ରାଜେନ୍ଦ୍ର କୁମାର ମାଝୀ , ସାମ୍ବାଦିକ ବାବୁଲା ସେଠି, ଅଂଶୁମାନ ପଣ୍ଡା, ଅଧ୍ୟାପକ ସୁଶାନ୍ତ ତ୍ରିପାଠୀ ଓ ଆନନ୍ଦ ଭୂୟାଁ ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମ କୁ କ୍ରୀଡା ଅଧ୍ୟାପକ ମାଧବ ଖୁଣ୍ଟିଆଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି l