June 29, 2024

ଗଜପତି:- ମହିଳା ମହାବିଦ୍ୟାଳୟ ପକ୍ଷ’ରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share

ଗଜପତି:- ମହିଳା ମହାବିଦ୍ୟାଳୟ ପକ୍ଷ’ରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ ଓ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ।
———————————————-
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷ’ରୁ “ଦୁର୍ନୀତି ନିବାରଣ ସପ୍ତାହ” କାର୍ଯ୍ୟକ୍ରମ ପାଳନ ଅବସର’ରେ ଶପଥ ପାଠ ଏବଂ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସର’ରେ ମହାବିଦ୍ୟାଳୟ ପରିସର’ରେ ଆଜି ସକାଳ ୮ ଟା ବେଳେ ମହିଳା ମହାବିଦ୍ୟାଳୟ’ର ଅଧ୍ୟକ୍ଷା ଡଃ ରୀନା ସାହୁ , ଦୁର୍ନୀତି ନିବାରଣ ସମ୍ପର୍କିତ ବାହାରିଥିବା ଏକ ସଚେତନତା ଶୋଭାଯାତ୍ରା’କୁ ଉଦ୍‌ଘାଟନ କରିବା ପୂର୍ବକ କର୍ମଚାରୀ ତଥା ଛାତ୍ରୀମାନଙ୍କୁ ସ୍ୱଚ୍ଛତା ଓ ସଚ୍ଚୋଟତା ବଜାୟ ରଖିବା ପାଇଁ କହିବା ସହ ଦୁର୍ନୀତି’ର ମୂଳୋତ୍ପାଟନ ପାଇଁ ସାଧୁତା ଓ ସତ୍ୟନିଷ୍ଠl ରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ’କୁ ସମର୍ଥନ କରିବା ଉଚିତ୍ ବୋଲି ଉଦ୍‌ବୋଧନ ଦେଇ କହିଥିଲେ । ପରେ “ନାଗରିକଙ୍କ ପାଇଁ ସାଧୁତା’ର ଶପଥ”- ଶୀର୍ଷକ ଏକ ସାମୁହିକ ଶପଥ ପାଠ କରାଇ ଥିଲେ ।
ଏହି ଅବସର’ରେ ମହାବିଦ୍ୟାଳୟ’ର ଅଧ୍ୟାପିକା ଓ କର୍ମଚାରୀ’ଙ୍କ ସମେତ ଛାତ୍ରୀମାନେ ଏକ ବିରାଟ ଶୋଭାଯାତ୍ରା’ରେ ବାହାରି ଜନବସତି ଫ୍ରେଣ୍ଡସ କଲୋନୀ ପର୍ଯ୍ୟନ୍ତ ସଚେତନତା ପରିକ୍ରମା କରି ସହର’ର ରାଜରାସ୍ତା ମଧ୍ୟଦେଇ ମହାବିଦ୍ୟାଳୟ’କୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ପରିକ୍ରମା ବେଳେ ଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହ’ର ସହ “ଦୁର୍ନୀତି’କୁ ବିରୋଧ କରିବା–ରାଷ୍ଟ୍ର ପ୍ରତି ସମର୍ପିତ ରହିବା”- ପ୍ରଭୃତି ନାରା ଦେଇ ବିଭିନ୍ନ ଠାରେ ଜନସଚେତନତା ସୃଷ୍ଟି କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ’ରେ ଅଧ୍ୟାପିକା ଡଃ କଲ୍ୟାଣୀ ମିଶ୍ର , ଅଧ୍ୟାପିକା ମଧୁସ୍ମିତା ପ୍ରଧାନ , ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତ , ଅଧ୍ୟାପିକା ସି.ଏଚ୍.ନିର୍ମଳା ଙ୍କ ସମେତ ଶ୍ରୀ ଏଲ୍: ଦୁର୍ଯ୍ୟୋଧନ , ରଞ୍ଚିତା କୁମାରୀ ପଟ୍ଟନାୟକ , ଅଶୋକ, କେ: ଦୁର୍ଯ୍ୟୋଧନ ଏବଂ ଶ୍ରୀମତୀ ଲାଲି ଖଡ଼ଗରାୟ ପ୍ରମୁଖ ପରିଚାଳନା’ରେ ସହଯୋଗ କରିଥିଲେ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————-