April 29, 2026

ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଆଶିଷ ଜ୍ୟୋତିଷ

IMG-20240831-WA0042
Share

 

 

ପଦ୍ମପୁର : (ଜୟନ୍ତ କୁମାର ସେଠ) ସ୍ବାସ୍ଥ୍ୟ ହିଁ ସଂପଦ। ପରିମଳ ବ୍ୟବସ୍ଥା ଠିକ୍ ରହିଲେ ସ୍ବାସ୍ଥ୍ୟର ସୁଧାର ଆସିଥାଏ ।ଏଥିପାଇଁ ତ ସରକାର ସରକାରୀ ଅଫିସ କାର୍ଯ୍ୟାଳୟ ବିଭିନ୍ନ ସ୍ଥାନରେ ଵାହାରେ ଲୋକଙ୍କ ପାଇଁ ଶୈଚାଲୟ ନିର୍ମାଣ କରାଯାଇଛି। ହେଲେ ପଦ୍ମପୁର କୋର୍ଟ କଚେରୀ ପରିଶେଷରେ ଭିତରେ ମୁଖ୍ୟମନ୍ତ୍ରୀ କର୍ମ ତପ୍ତର ଅଭିଯାନ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ସରକାର ମାଧ୍ୟମିରୁ ପକଲ୍ପ କୋଡ ନଂ-XI.02/2022 ରେ ତା -୦୪-୦୧-୨୨ ପକଲ୍ପ ପରୀସିମା (ଏକର/ସ୍କେ-ମିଟର-୧୦୦ scmtr ପ୍ରକଲ୍ପ ର ଅଟକଳ -୨.୯୦.୯୦୦/- ମାତ୍ର କାର୍ଯ୍ୟ କାରୀ ସଂସ୍ଥା ର ନାମ -ସଂଗୀତା ମିଶନ ଶକ୍ତି ଗୋଷ୍ଠୀ/ଏସ.ଡିଏ) ଶୈଚାଲୟ ଗୃହ ନିର୍ମାଣ କରି ଏବଂ ପାଇଖାନା ପ୍ଲାଷ୍ଟିକ ୨ ଵଖରା ଗୃହ ସ୍ଥାପିତ ହୋଇ ଵ୍ୟଵହାର ହୋଇ ଥିଲା। କିଛି ଦୀର୍ଘ ମାସ ଧରି ଶୈଚାଲୟ ଏବଂ ପାଇଖାନା ବନ୍ଦ ଥିବାରୁ ଵହୁ ଅସୁବିଧା ସମ୍ମୁଖୀନ ହୋଇ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧିନରେ ଥିବା ଯୁଵାଖୋଲ ଗ୍ରାମର ଆଇନ ଛାତ୍ର ଆଶିଷ ଜ୍ୟୋତିଷ। ଜନ ସାଧାରଣଙ୍କୁ ସୁବିଧା ଯୋଗାଇ ଦେଵା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦରଖାସ୍ତ ପତ୍ର ଟିଏ ଦେଇଛନ୍ତି l