ସକାଳର ଖବର ..
➡️ଅଗଷ୍ଟ ୯ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ, ୨୧ ବର୍ଷ ହୋଇଥିବା ଯୁବତୀ ଓ ମହିଳା ମାନେ ମାଗଣା ଟଙ୍କା ପାଇଁ ଆବେଦନ କରିପାରିବେ
➡️କାମଧେନୁ ଯୋଜନାରେ କୃଷକଙ୍କୁ ସରକାର ଦେବେ ୨ଟି ଗାଈ, ଘରେ ଘରେ ପହଞ୍ଚିବ ଓମଫେଡ କ୍ଷୀର।
➡️ରାଜ୍ୟରେ ଥରେ ବ୍ୟବହାର ହୋଇଯାଇଥିବା ପ୍ଲାଷ୍ଟିକ ବୋତଲ ମନା। ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ କଟକଣା ଲାଗିଲା
➡️ଅଙ୍ଗନବାଡ଼ି ପାଇଁ ସରକାର ଆଣିବେ ‘ଅସମ୍’ ଆପ୍। ସାଧାରଣ ଲୋକ ଏବଂ ଅଭିଭାବକ ନିଜର ମତାମତ ଦେଇପାରିବେ।
➡️ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟାରେ ୩୦ ହଜାର ପ୍ରଭାବିତ, ୫୮୬୯ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ୭ ଦିନ ପର୍ଯ୍ୟନ୍ତ ଦିଆଯିବ ମାଗଣା ଖାଦ୍ୟ।
➡️ଅଗଷ୍ଟ ୧୬ରୁ ଭୁବନେଶ୍ୱର ଝାରସୁଗୁଡା ମଧ୍ୟରେ ବିମାନ ସେବା ଆରମ୍ଭ, ସପ୍ତାହକୁ ୫ ଦିନ ଚାଲିବ।odiaxpress
➡️ରାଜ୍ୟରେ ଅପପୁଷ୍ଟି ଉପରେ କହିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ: ଖାଦ୍ୟ ନମିଳିଲେ ଦାୟୀ ରହିବେ ସିଡ଼ିପିଓ
➡️ଆରଆଇ ଅମିନ ମିଳିତ ପ୍ରିଲିମ୍ ଓ ମୁଖ୍ୟ ପରୀକ୍ଷା ବାତିଲ। ଅଗଷ୍ଟ ୧୩ ସୁଦ୍ଧା ପୁଣି ବିଜ୍ଞପ୍ତି। ପୂର୍ବରୁ ଆବେଦନ କରିଥିଲେ ଆଉ ଆବେଦନ କରିବାକୁ ପଡିବନି
➡️ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ୬ ଗିରଫ। ବୋର୍ଡ ଉପସଭାପତିଙ୍କ ଲାପଟପ୍ ରୁ ଲିକ ହୋଇଛି। ଡାଟା ଏଣ୍ଟ୍ରି ଅପରେଟରକୁ ମାଡ଼ି ବସିଲେ।
➡️ରାଜ୍ୟର ବିଭିନ୍ନ ଜଳାଶୟରେ କାଲି ଅଘଟଣ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ନିଖୋଜ
➡️କଳାହାଣ୍ଡି ଜିଲ୍ଲାରେ କମ ବର୍ଷା, ଫସଲ ପାଇଁ ଚାଷୀ ବିକଳ ହୋଇ ଭଲ ବର୍ଷା ପାଇଁ ଇନ୍ଦ୍ର ପୂଜା କଲେ। odiaxpress
➡️ଜଗତସିଂହପୁର ମାଛଗାଁ କେନାଲରେ ୧୦ ଫୁଟ ଚଉଡ଼ାର ଘାଇ, ଲୋକଙ୍କ ଘରେ ପଶିଲା ପାଣି
➡️ଭଦ୍ରକରେ ଦିନ ତମାମ ବର୍ଷା, ଲୋକଙ୍କର ଘରେ ବର୍ଷା ଜଳ ପ୍ରବେଶ କରିଛି, ସହରର ରାସ୍ତାଘାଟ ବୁଡ଼ିଛି
➡️ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ବାସ ଭବନରୁ ମଙ୍ଗଳବାର ଦିନ ଚୋରି। ସିସିଟିଭିର ଡିଭିଆର ନେଇ ଯାଇଛନ୍ତି। odiaxpress
➡️ନିଜ ଜିଲ୍ଲା ଢେଙ୍କାନାଳରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କୁ ରାସ୍ତାରେ ପଥର ରଖି ଘେରିଲେ ଶତାଧିକ ଲୋକ
➡️ଭିଜିଲାନ୍ସ ଜାଲରେ ପୁଣି ସରକାରୀ ଯନ୍ତ୍ରୀ। ଭୁବନେଶ୍ଵର ଆର ଆଣ୍ଡ୍ ବି ଡିଭିଜନ୍-୩ ର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ।
➡️ବରଗଡରେ ଦୁର୍ଦ୍ଦାନ୍ତ ଡକାୟତ ଦୁଷ୍ମନ୍ତ ମେହେର ସମେତ ୫ ଜଣିଆ ଡକାୟତ ଦଳକୁ ଧରିଲେ ଭେଡ଼େନ ପୁଲିସ
➡️ଓଏଏସ ଅଫିସରଙ୍କ ନାଁରେ ଥାନାରେ ଅଭିଯୋଗ କଲେ ପତ୍ନୀ। ନବଜାତକ ପୁଅ ଓ ପତ୍ନୀଙ୍କୁ ମେଡିକାଲରେ ଛାଡ଼ି ପଳାଇଥିଲେ ସ୍ବାମୀ।
➡️ଭଦ୍ରକ ଚାନ୍ଦବାଲିରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ ଗଲେ ଟ୍ୟୁସନ ସାର। odiaxpress
➡️ଉତ୍ତର ପ୍ରଦେଶରେ ସ୍ୱାମୀ ଇଏମଆଇ ଦେଇନପାରିବାରୁ ପତ୍ନୀଙ୍କୁ ବନ୍ଧକ ରଖିଲେ ଘରୋଇ ବ୍ୟାଙ୍କ କର୍ତ୍ତୃପକ୍ଷ
➡️ମଧ୍ୟପ୍ରଦେଶରେ ସ୍ବାମୀ ହତ୍ୟାକାରୀ ରସାୟନ ବିଜ୍ଞାନ ପ୍ରଫେସର ମମତା ପାଠକଙ୍କୁ ଆଜୀବନ କାରାଦଣ୍ଡ
➡️ଲଦାଖରେ ସେନା ଗାଡ଼ି ଉପରେ ପଥର ଖସିଲା। ୨ ଅଧିକାରୀ ସହିଦ, ୩ ଗୁରୁତର ଆହତ
➡️ବଢିଲା ସୁନାଦର। ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ବଢ଼ିକରି ହେଲା ୧ ଲକ୍ଷ ୪୮୦ ଟଙ୍କା
➡️ଆଜି ହେବାକୁ ଥିବା ଓ୍ବାର୍ଲ୍ଡ ଚମ୍ପିଆନସିପ୍ ଅଫ୍ ଲିଜେଣ୍ଡସ୍ କ୍ରିକେଟ ସେମିଫାଇନାଲରେ ଭାରତ ଚମ୍ପିଆନ୍ସ ପାକିସ୍ତାନ ସହିତ ଖେଳିବାକୁ ମନା କଲା
➡️ଶ୍ରୀହରିକୋଟାରୁ ନିସାର୍ ଉପଗ୍ରହର ସଫଳ ଉତ୍କ୍ଷେପଣ। ବିପର୍ଯ୍ୟୟ ମୁକାବିଲାରେ ସାହାଯ୍ୟ କରିବ ବୋଲି ଆଶା
➡️ଆସନ୍ତା ଅଗଷ୍ଟ ୨ରେ ଚାଷୀଙ୍କୁ ମିଳିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୦ତମ କିସ୍ତି।
➡️ଭାରତ ଉପରେ ୧ ଅଗଷ୍ଟରୁ ୨୫% ଶୁଳ୍କ ଲାଗିବ ବୋଲି ଡୋନାଲଡ଼ ଟ୍ରମ୍ପଙ୍କ ଘୋଷଣା
ଇତିହାସରେ ଆଜି 👇🏼👇🏼
=================
ଆଜି ବିଶ୍ବ ରେଞ୍ଜର ଦିବସ
ଆଜି ଜନ୍ମଦିନ: ମୁନସୀ ପ୍ରେମଚାନ୍ଦ, ମମତାଜ, କିଆରା ଆଡଭାନୀ, ପିସି ସରକାର ଜୁନିୟର
ଆଜି ତିରୋଧାନ: ମହମଦ ରଫି, ଶହୀଦ ଉଦ୍ଧାମ ସିଂ
ଇତିହାସରେ ଆଜି: (୧୯୪୦) ଉଦ୍ଧମ ସିଂ ଙ୍କୁ ଫାଶୀ/ (୧୯୪୮) ପଶ୍ଚିମବଙ୍ଗରେ ଦେଶର ପ୍ରଥମ ରାଜ୍ୟ ପରିବହନ ନିଗମ ତିଆରି/ (୧୯୯୨) ପଣ୍ଡିତ ରବିଶଙ୍କରଙ୍କୁ ମାଗାସେସେ ପୁରସ୍କାର/ (୧୪୯୮) ତ୍ରିନିଦାଦ ଆବିଷ୍କାର କଲେ କଲମ୍ବସ/ (୧୭୧୫) ସୁନା, ହୀରା ବୋଝେଇ ସ୍ଟେନର ଜାହାଜ ଫ୍ଲୋରିଡାରେ ବୁଡ଼ିଲା, ୩୫୦୦
ମୃତ
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
