October 5, 2024

ସରସ୍ଵତୀ ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା..

Share

 

ବୋଲଗଡ, (ଉପାନ୍ତ ଖବର ) :ବୋଲଗଡ ସଦମହକୁମାର ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ବିରଞ୍ଚି କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ପୁରେନ୍ଦ୍ର ବେହେରା , ସମ୍ମାନୀତ ଅତିଥି ଭାବେ ସଙ୍କୁଳ ସଂଯୋଜକ ବିଚିତ୍ର କୁମାର ରଥ ,ପରିଚାଳନା କମିଟି ସଭାପତି ଗାନ୍ଧୀ କୁମାର ସାହୁ, ସମ୍ପାଦକ ରାମଚନ୍ଦ୍ର ସାହୁ, ଉପ

ସଭାପତି ରବୀନ୍ଦ୍ର କୁମାର ଡିଆବାଘ ଓ ସଦସ୍ୟା ଗୀତାଞ୍ଜଳି ଦଳାଇ ପ୍ରମୁଖ ଯୋଗ ଦେଇ ଶିଶୁ ମାନଙ୍କ ବୈଜ୍ଞାନିକ ମନବୃତି ଦ୍ଵାରା ଦେଶର ବିକାଶ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ।। ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ସୁଶ୍ରୀ ରଶ୍ମିତା ରଣସିଂହ ବିବରଣୀ ପଠନ କରିଥିବା ବେଳେ ଆଚାର୍ଯ୍ୟ ଦେବ ପ୍ରସାଦ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଜ୍ଞାନ ବିଜ୍ଞାନ ମେଳାରେ କନିଷ୍ଠ ବର୍ଗ ୪୯ ଟି,ଶିଶୁ ବର୍ଗ ୨୪, ବାଲ ବର୍ଗ ୧୪,କିଶୋର ବର୍ଗରୁ ୮ ଗୋଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସମୁଦାୟ ୯୫ ଗୋଟି ପ୍ରକଳ୍ପ ସହିତ ପ୍ରଶ୍ନ ମଞ୍ଚ, ପତ୍ର ବାଚନ, ନିବନ୍ଧ,ପ୍ରୟୋଗ,ବୃତ୍ତି କଳା,ଗୀତ ଆଦି ବିଭାଗରୁ ୧୧୩ ଜଣ ଶିଶୁ ଭାଇ ଭଉଣୀ ଅଂଶ ଗ୍ରହଣ କରିଥିଲେ। ସମସ୍ତ ବିଭାଗରୁ କୃତିତ୍ୱ ହାସଲ କରିଥିବା ଶିଶୁ ଭାଇ ଭଉଣୀ ମାନଙ୍କୁ ସମାରୋହ ଉତ୍ସବରେ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମକୁ ନାରାୟଣ ଗୁରୁଜୀ ,ନୂତନ ଗୁରୁଜୀ, ସନ୍ତୋଷ ଗୁରୁଜୀ, ଅଭିଜିତ ଗୁରୁଜୀ ,ରମାମଣି ଗୁରୁମା ଓ ହରପ୍ରିୟା ଗୁରୂମା ସମେତ ଅନୁଷ୍ଠାନ ସମସ୍ତ ଆଚାର୍ଯ୍ୟ, ଆଚର୍ଯ୍ୟା ମାନେ

ସହ ଯୋଗ କରି ପରିଚାଳନା କରିଥିଲେ।ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ମାନେ ଓ ପ୍ରଶ୍ନ ମଞ୍ଚ ର ପ୍ରତ୍ୟେକ ବିଭାଗରୁ ପ୍ରଥମ ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର ଟିମ୍ ଗୁଡ଼ିକ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାକୁ ଚୟନ ହୋଇଅଛନ୍ତି।ପରିଶେଷରେ ଆଚାର୍ଯ୍ୟ ଦେବ ପ୍ରସାଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।