November 25, 2024

ଅନ୍ଵେଷା ହଷ୍ଟେଲ ଛାତ୍ର ଙ୍କ ମୃତ୍ୟୁ, ମାମୁଁ ଆଣିଲେ ହତ୍ୟା ଅଭିଯୋଗ

Share

ପଦ୍ମପୁର /ବରଗଡ: ସରକାର ଗରିବ ଆଦିବାସୀ ପିଲା ଙ୍କର ପାଠ ପଢା ତଥା ଉଜ୍ବଳ ଭବିଷ୍ୟତ ପାଇଁ ନିର୍ମାଣ କରିଛନ୍ତି ଅନ୍ଵେଷା ଯୋଜନା ଅନ୍ତର୍ଗତ ହଷ୍ଟେଲ। ତେବେ କିନ୍ତୁ ପଦ୍ମପୁର ସ୍ଥିତ ଅନ୍ଵେଷା ହଷ୍ଟେଲ ରେ ରହି ପାଠ ପଢ଼ୁଥିବା ଜଣେ ନବମ ଶ୍ରେଣୀ ଛାତ୍ର ଙ୍କର ସନ୍ଦେହ ଜନକ ମୃତ୍ୟୁ ପିଲା ଙ୍କ ସୂରକ୍ଷା ପ୍ରତି ପ୍ରଶ୍ନ ସୃଷ୍ଟି କରୁଛି। ତେବେ ପଦ୍ମପୁର କଲେଜ ରୋଡ଼ ସ୍ଥିତ ଅନ୍ଵେଷା ହଷ୍ଟେଲ ର ନବମ ଶ୍ରେଣୀ ର ଛାତ୍ର ପ୍ରିନ୍ସ କୁମ୍ଭାର ଙ୍କର ଅସ୍ୱାଭାବିକ ମୃତ୍ୟୁ ବର୍ତମାନ ସନ୍ଦେହ ଘେରରେ। ମେଲଚାମୁଣ୍ଡା ଥାନା ଝଙ୍କରପାଲି ଗ୍ରାମର 14 ବର୍ଷୀୟ ପ୍ରିନ୍ସ ହଷ୍ଟେଲ ରେ ରହି ପାଠ ପଢୁଥିଲେ। ତେବେ ଆଜି ତାଙ୍କର ହଷ୍ଟେଲ ରେ ହିଁ ମୃତ୍ୟୁ ହୋଇଛି। ତେବେ ହଷ୍ଟେଲ ସୁପ୍ରିଟେଣ୍ଡେଣ୍ଟ ଙ୍କ କହିବା ଅନୁସାରେ ପ୍ରିନ୍ସ ରାତି ଖାଇବା ନେଇ ରୁମ କୁ ଗଲେ ପରେ ଟାଏଲେଟ ଯାଇଥିବା ବେଳେ ଫେରି ନଥିଲେ। ତେବେ ଅନ୍ୟ କିଛି ଛାତ୍ର ଯାଇ ଦେଖିବା ବେଳେ ଗୋଟିଏ ରଡ଼ ରେ ଗାମୁଛା ଦେଇ ପ୍ରିନ୍ସ ଝୁଲୁ ଥିବାର ଦେଖିଥିଲେ ପରେ ତାଙ୍କୁ ପଦ୍ମପୁର ଉପଖଣ୍ଡ ହସ୍ପିଟାଲ ଅଣା ହୋଇଥିଲା ଯେଉଁ ଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଏହି ଘଟଣା ପଛରେ କଣ କାରଣ ଜାଣି ନଥିବା ସୁପ୍ରିଟେଣ୍ଡେଣ୍ଟ କହିଥିବା ବେଳେ। ଆତ୍ମହତ୍ୟା କଣ ଛୁଆ ଟି ଜାଣି ବି ନଥିଲା ଆମକୁ କେବଳ ହସ୍ପିଟାଲ ଆସ ବୋଲି କୁହାଗଲା କିନ୍ତୁ ହସ୍ପିଟାଲ ରେ ଭଣଜା ଙ୍କୁ ମୃତ ଦେଖିଚୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହିଛନ୍ତି ମୃତ ପ୍ରିନ୍ସ ଙ୍କ ମାମୁଁ। ତେବେ ଘଟଣା ବିଷୟରେ ଅଧିକ ତଦନ୍ତ କରୁଛି ପଦ୍ମପୁର ପୋଲିସ।

ରିପୋର୍ଟ : ବରଗଡ ଜିଲ୍ଲା ପଦ୍ମପୁର ରୁ ଜୟନ୍ତ କୁମାର ସେଠ ଉପାନ୍ତ ଖବର