November 25, 2024

ହାୱଡା-ମୁମ୍ବାଇ ଏକ୍ସପ୍ରେସ ଦୂର୍ଘଟଣାରେ ୨ ମୃତ ଯାତ୍ରୀ ରାଉରକେଲାର

Share

ସମ୍ବଲପୁର,(ରାଜାରାମ ଷଡଙ୍ଗୀ ): ସୋମବାର ଭୋରରୁ ଝାଡ଼ଖଣ୍ଡର ରାଜଖରସୁଆଁରେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ଘଟଣାରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ୨ ଜଣ ରାଉରକେଲାର ବୋଲି ଜଣାଯାଇଛି। ସେମାନଙ୍କ ମଧ୍ୟରୁ ମୃତକ ଦ୍ୱୟ ହେଲେ ମାଲଗୋଦାମ ଅଞ୍ଚଳର ଅଜିତ ସାମଲ ଓ ରେଲୱେ କଲୋନୀର ବିକାଶ ରାଓ। ରବିବାର ରାତିରେ ଉଭୟ ଟିକେଟ କାଟି ଜେନେରାଲ ବଗିରେ ଉଠିଥିଲେ। ମାତ୍ର ଭୋର ୩ଟା ୪୫ରେ ଏହି ଦୁର୍ଘଟଣା ଘଟିଛି। ଉଭୟ ଅଜିତ ଓ ବିକାଶଙ୍କ ମୃତଦେହ ଚକ୍ରଧରପୁର ହସ୍ପିଟାଲରେ ରହିଛି। ଖବର ଜଣା ପଡ଼ିବା ପରେ ଉଭୟଙ୍କ ପରିବାର ସଦସ୍ୟ ଆଜି ଚକ୍ରଧରପୁର ଯାଇଛନ୍ତି। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହ ଦୁଇଟି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଚକ୍ରଧରପୁର ଡିଭିଜନ୍‌ର ରାଜଖରସୁଆଁରୁ ୭ କିମି ଦୂରରେ ଥିବା ବାରାବମ୍ବୋ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ଏହି ଦୁର୍ଘଟଣା ଯୋଗୁ ଟ୍ରେନ୍‌ର ୧୮ଟି ବଗି ଟ୍ରାକ୍‌ରୁ ଖସି ପଡିଛି। ତାହା ମଧ୍ୟରେ ୧୬ଟି ଯାତ୍ରୀ ବଗି, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ପାୱାର କାର୍ ରହିଛି।ଦୁର୍ଘଟଣା ପରେ ପରେ ରେଳବାଇର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଯାତ୍ରୀଙ୍କୁ ବସ୍ ଓ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପଠାଯାଇଛି। ହାୱଡ଼ା-ମୁମ୍ବାଇ ମେଲ୍ ଲାଇନଚ୍ୟୁତ ହେବା ପରେ ୫ଟି ଟ୍ରେନ୍ ଚଳାଚଳ ବାତିଲ୍ କରାଯାଇଛି। ଏଥିସହ ୧୭ଟି ଟ୍ରେନ୍ ର ଗତିପଥ ପରିବର୍ତ୍ତନ ହୋଇଛି।ଆସନ୍ତାକାଲି ସୁଦ୍ଧା ଏହି ଟ୍ରେନଲାଇନ୍ ସ୍ୱାଭାବିକ୍ କରାଯିବାକୁ ଯୁଦ୍ଧକାଳିନ ଭିତ୍ତିରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.

You may have missed