March 11, 2026

ପ୍ରଶାସନକୁ ଲୋକଙ୍କ ଠାରେ ପହଞ୍ଚାଇବା ପାଇଁ ଗୋଷଣୀ ବ୍ଲକର ନୂତନ ବିଡିଓଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ କଲେ

IMG-20230731-WA0010
Share

ପ୍ରଶାସନକୁ ଲୋକଙ୍କ ଠାରେ ପହଞ୍ଚାଇବା ପାଇଁ ଗୋଷଣୀ ବ୍ଲକର ନୂତନ ବିଡିଓଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ କଲେ


ପାରଳାଖେମୁଣ୍ଡି:୩୧/୭( ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଗୋଷାଣି ବ୍ଲକର ନୂତନ ବିଡିଓ ଭାବେ ଅଜୟ କୁମାର ପ୍ରଧାନ ଯୋଗଦାନ କରିଥିବାର ଜଣାପଡିଛି । ଦାୟିତ୍ୱ ଗ୍ରହଣ ପରେ ବିଭିନ୍ନ ସରକାରୀ ଯୋଜନା ଗୁଡିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ବ୍ଲକର ସମସ୍ତ ଜନସାଧାରଣଙ୍କ ବିକାଶ ଦିଗରେ ପ୍ରାଥମିକତା ରହିବ ବୋଲି କହିଛନ୍ତି । ଏହା ସହ ସେ ବ୍ଲକର ବିଭିନ୍ନ ଅଞ୍ଚଳରେ ଚାଲୁ ରହିଥିବା ବିକାଶମୂଳକ କାର୍ଯ୍ୟର ନିରୀକ୍ଷଣ କରିଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ନୂତନ ବିଡିଓ ଶ୍ରୀ ପ୍ରଧାନ ଏଥି ପୂର୍ବରୁ ମାଲକାନାଗିରିର ବିଡିଓ ଭାବେ କାର୍ଯ୍ୟରତ ଥିଲେ ନୂତନ ବିଡିଓ ଶ୍ରୀ ପ୍ରଧାନଙ୍କୁ ବ୍ଲକର ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏଥି ପୂର୍ବରୁ ଥିବା ବିଡିଓ ନୀଳମାଧବ ମାଝୀଙ୍କୁ ଗଜପତି ଜିଲ୍ଲାପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି ।

You may have missed