June 2, 2025

ଜିଲ୍ଲା ସ୍ତରୀୟ ପୁରୁଷ କବାଡି ଟୁର୍ନାମେଣ୍ଟ , ବୁଗୁଡ଼ା ଚମ୍ପିୟାନ, ନାଉଳି ରନର୍ସଅପ 

Share

ବୁଗୁଡ଼ା :ତା ୩୧/୦୫/୨୫ : ସ୍ଥାନୀୟ ଶ୍ରୀକର ଭଞ୍ଜ ସ୍ପୋର୍ଟ୍ସ ଆଣ୍ଡ କଲଚୁରାଲ ଆସୋସିଏସନ ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ପୁରୁଷ କବାଡି ଟୁର୍ନାମେଣ୍ଟରେ ବୁଗୁଡ଼ା ଦଳ ଚମ୍ପିୟାନ ହୋଇଥିବା ବେଳେ ନାଉଳି ଦଳ ରନର୍ସଅପ ହୋଇଛି l ଏଠାକାର ପିପୁଲ୍ସ ହାଇସ୍କୁଲ ଷ୍ଟାଡିଅମ ପରିସରରେ ଆୟୋଜିତ ଏହି ଦିବା-ରାତ୍ର ଟୁର୍ଣ୍ଣାମେଣ୍ଟରେ ମୋଟ ୧୩ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ସେମିଫାଇନାଲ ମ୍ୟାଚରେ ପଞ୍ଚମା ଦଳକୁ ପରାସ୍ତ କରି ବୁଗୁଡ଼ା ଦଳ ଏବଂ କରାତୁଳି ଦଳକୁ ହରାଇ ନାଉଳି ଦଳ ଫାଇନାଲରେ ପ୍ରବେଶ କରିଥିଲେ l ଆସୋସିଏସନର ସମ୍ପାଦକ ଅନିଲ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ପୂର୍ବତନ କ୍ରୀଡ଼ାବିତ୍ ତଥା ପିପୁଲ୍ସ ହାଇସ୍କୁଲର ପ୍ରାକ୍ତନ କ୍ରୀଡା ଶିକ୍ଷକ ଶରତ ଚନ୍ଦ୍ର ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ ଆସୋସିଏସନ ସଭାପତି ତଥା ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ସୁବାସ ଚନ୍ଦ୍ର ପରିଡା , କ୍ରୀଡ଼ାବିତ ଦୁର୍ଗା ପ୍ରସାଦ ଦାଶ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ପ୍ରଧାନ ଶିକ୍ଷକ ସୂର୍ଯ୍ୟମଣି ମହାନ୍ତି, ସହ-ସମ୍ପାଦକ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟର ବେଷ୍ଟ ରାଡାର ଭାବେ ନାଉଳି ଦଳର ରାଖଲ ବେହେରା, ବେଷ୍ଟ ଡିଫେଣ୍ଡର ଭାବେ ବୁଗୁଡ଼ା ଦଳର ରବୀନ୍ଦ୍ର ବେହେରା ଓ ଅଲ ରାଉଣ୍ଡର ଭାବେ ବୁଗୁଡ଼ା ଦଳର ପବିତ୍ର ପୂଜାରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସମ୍ପାଦକଙ୍କ ତରଫରୁ ଅନ୍ତର୍ଜାତୀୟ ସ୍ତରରେ ନାଁ କରିଥିବା ଏମ.ଶ୍ରୀନିବାସ ଦୋରାଙ୍କୁ ପୁରସ୍କୃତ କରାଯାଇଥିଲା l ପିପୁଲ୍ସ କଲେଜ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ ଟୁର୍ନାମେଣ୍ଟରେ ରେଫେରୀ ଭାବେ ଅଂଶୁମାନ ବିଷୋୟୀ, ଅଲେଖ ସେଠୀ , ସ୍କୋରର ଭାବେ କେ.ରୋଜା ପାତ୍ର ଓ ଦୀପକ କୁମାର ସାହୁ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଜଗନ୍ନାଥ ମହାନ୍ତି, ଶ୍ରୀକର ମାଝୀ, ଚନ୍ଦନ ପ୍ରଧାନ, ଭଞ୍ଜ କିଶୋର ଗୌଡ଼ଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ l