April 19, 2025

+୨ ବିଜ୍ଞାନରେ କେ.ମନସ୍ବିନୀ ପାତ୍ର ବୁଗୁଡ଼ା ବ୍ଲକ ଟପ୍ପର

Share

+୨ ବିଜ୍ଞାନରେ କେ.ମନସ୍ବିନୀ ପାତ୍ର ବୁଗୁଡ଼ା ବ୍ଲକ ଟପ୍ପର
ବୁଗୁଡ଼ା : ତା ୩୧/୦୫/୨୩ : +୨ ବିଜ୍ଞାନ ପରୀକ୍ଷା ଫଳ
ପ୍ରକାଶ ପାଇବା ପରେ ମାଣିତରା କଲେଜର ଛାତ୍ରୀ
କେ.ମନସ୍ବିନୀ ପାତ୍ର ସର୍ବାଧିକ ୪୯୮ (୮୩%) ନମ୍ବର
ରଖ୍ ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଥିବା
ଜଣାଯାଇଛି । ବୁଗୁଡା ବ୍ଳକଅନ୍ତର୍ଗତ ୩ଟି କଲେଜର
ମୋଟ ୨୫୫ ଜଣ ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୁଗୁଡା
କଲେଜର ୧୬୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୫ ଜଣ
କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୩୭
ଜଣ, ଦ୍ବିତୀୟ ଶ୍ରେଣୀରେ ୩୮ ଜଣ ଓ ତୃତୀୟ
ଶ୍ରେଣୀରେ ୩୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ସେହିପରି ବାଲିପଦର କଲେଜର ୪୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ୨୬ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୧୦ ଜଣ, ଦ୍ବିତୀୟ ଶ୍ରେଣୀରେ ୧୧ ଜଣ ଓ ତୃତୀୟ ଶ୍ରେଣୀରେ ୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନ୍ୟପକ୍ଷରେ ମାଣିତରା କଲେଜର ୪୪ ରୁ ୩୬ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ଶ୍ରେଣୀରେ ୮ ଜଣ, ଦ୍ବିତୀୟ ଶ୍ରେଣୀରେ ୧୫ ଜଣ ଓ ତୃତୀୟ ଶ୍ରେଣୀରେ ୧୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଫଳରେ ଚଳିତ ବର୍ଷ ବୁଗୁଡ଼ା ବ୍ଲକରେ +୨ ବିଜ୍ଞାନର ପାସ୍‌ ହାର ୬୫.୪୯% ରହିଛି ।