ଆଜିର ଖବର
*ଖବର ଆଜିର*
ତାରିଖ ୩୧/୦୫/୨୦୨୩ ବୁଧବାର ।
ଦାବୀ ପୂରଣ ନହେବା ପର୍ୟ୍ୟନ୍ତ ଆସନ୍ତା କାଲି ଠାରୁ ସାମୁହିକ ଛୁଟିରେ ଯିବେ ମିଳିତ ଅମଲା ମଞ୍ଚର ସଦସ୍ୟ ।
୧୧ଟାରେ ଭୁବନେଶ୍ବର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଘୋଷଣା ହେବ ପରୀକ୍ଷା ଫଳ। କେବଳ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳ ଆସନ୍ତାକାଲି ପ୍ରକାଶ ପାଇବ।
ଭୋଜି ରନ୍ଧା ଚାଲିଥିବା ବେଳେ ଗରମ ତରକାରି ହଣ୍ଡାରେ ପଡ଼ି ଜଣେ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବୁଗୁଡ଼ା ଥାନା ଅଧୀନ ନଗୁଡୁ ଗ୍ରାମରେ।
ଧୋନିଙ୍କ ସହ ଖେଳିବା ସମ୍ମାନର ବିଷୟ: କ୍ରିକେଟର ସବୁ ଫର୍ମାଟରୁ ରାୟୁଡୁଙ୍କ ଅବସର।
କର୍ଣ୍ଣାଟକ ଏବଂ ତାମିଲନାଡୁ ପରେ ଏବେ ମହାରାଷ୍ଟ୍ରରେ ଅମୂଲ ବିରୋଧୀ ସ୍ବର, ମନ୍ତ୍ରୀ କହିଲେ- ଉତ୍ପାଦକ ସଂଘ ଆଗକୁ ଆସନ୍ତୁ ।
ସିଙ୍ଗାପୁରରେ କେନ୍ଦ୍ରମନ୍ତ୍ରୀ: ଶିକ୍ଷା କ୍ଷେତ୍ରରେ ବହୁମୁଖୀ ଦ୍ୱିପାକ୍ଷିକ ସହଯୋଗକୁ ନେଇ ଆଲୋଚନା ।
ଗଙ୍ଗାରେ କୁସ୍ତିଯୋଦ୍ଧାଙ୍କ ପଦକ ବିସର୍ଜନ ଘୋଷଣା ପରେ ଉଠିଲା ପ୍ରଶ୍ନ, ଗଙ୍ଗା ସଭାର ବିରୋଧ; ସରକାରଙ୍କୁ ୫ ଦିନର ସମୟ ।
ଜୁନ୍ ୯ରୁ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ, ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ ।
କେଜ୍ରିୱାଲଙ୍କ ପାଇଁ କଂଗ୍ରେସରେ ଫାଟ । କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ସମର୍ଥନ ଦେବାକୁ ଯାଇ ଭାଳେଣିରେ ପଡିଛି କଂଗ୍ରେସ ।
ଦେଶକୁ ନୂଆ ଦିଗ ଦେଖାଇବ ନାଭିଗେସନ ଉପଗ୍ରହ ଏନଭିଏସ-୦୧ । ଜିପିଏସ ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଉପରେ କମିବ ନିର୍ଭରଶୀଳତା ।
ରାଜସ୍ଥାନ କଂଗ୍ରେସ କନ୍ଦଳରେ ପୂର୍ଣ୍ଣଛେଦ ଟାଣିଲେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଯୁବ ନେତା ସଚିନ ପାଇଲଟଙ୍କ ମଧ୍ୟରେ ତୁଟିଲା ବିବାଦ ।
ଶ୍ରଦ୍ଧା ହତ୍ୟାକାଣ୍ଡ ପରେ ଏବେ ସାକ୍ଷୀ ହତ୍ୟାକାଣ୍ଡକୁ ନେଇ ଦୋହଲିଲା ରାଜଧାନୀ ଦିଲ୍ଲୀ । ନାବାଳିକା ପ୍ରେମିକାକୁ ବିଭତ୍ସ ହତ୍ୟା ପରେ ୨ଦିନିଆର ରିମାଣ୍ଡରେ ଗଲା ଅଭିଯୁକ୍ତ ପ୍ରେମିକ ।
୮୦୦୦ କୁ ବୃଦ୍ଧି ପାଇବ ମୋ ସେବା କେନ୍ଦ୍ର ସଂଖ୍ୟା, ସୁନ୍ଦରଗଡ ଓ ଜୟପୁରରେ ସ୍ଥାପନ ହେବ ଡାଟା ସେଣ୍ଟର ।
ଓଡ଼ିଶାରେ ବଢ଼ିବ ଯୁକ୍ତ ୨ ସିଟ୍, ଖୋଲିବ ୧୦୬ଟି ନୂଆ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ।
ମଣିପୁର ପୁଣି ଅଣାୟତ୍ତ, ହିଂସା ଥମୁନି; ହିଂସାପ୍ରବଣ ଅଞ୍ଚଳ ବୁଲିଲେ ଶାହ।
ASO ମେରିଟ୍ ଲିଷ୍ଟ ରଦ୍ଦ ପ୍ରସଙ୍ଗ: ହାଇକୋର୍ଟରେ ଦାୟର ହେଲା ରିଭ୍ୟୁ ପିଟିସନ ।
ହେଲିପୋର୍ଟ ଲାଇସେନ୍ସ ମଞ୍ଜୁର ପାଇଁ ପ୍ରକ୍ରିୟାକୁ ସରଳ କଲା ଡିଜିସିଏ, ଅନଲାଇନ୍ ଆବେଦନରେ ମିଳିଯିବ ଅନୁମତି ।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୧ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ।
ଭଞ୍ଜନଗର ବଜ୍ରାଘାତରେ ଗାଈ ମୃତ୍ୟୁ ଘଟଣା: ମୃତ ଗାଈ ପିଛା ମିଳିବ ୩୭ ହଜାର ୫୦୦ ଟଙ୍କା ।
ଜୁଲାଇ ୪ରେ ଭର୍ଚୁଆଲ ମୋଡରେ SCO ଶିଖର ସମ୍ମିଳନୀ, ପିଏମ୍ ମୋଦୀ କରିବେ ଅଧ୍ୟକ୍ଷତା ।
ଇନ୍ଦିରାଗାନ୍ଧୀ ଓ ଗାନ୍ଧୀ ପରିବାର ବିରୋଧରେ ମିଥ୍ୟା ଖବର ପ୍ରସାରଣ ପାଇଁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଏତଲା ଦରଜ ।
ସୁପ୍ରଭାତ ,ଶୁଭ ସକାଳ ।